କନକ ବ୍ୟୁରୋ: ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ମରା ଘଟଣା । ନିଲମ୍ବିତ ଆଇଆଇସି ଦୀନକୃଷ୍ଣଙ୍କ ସହିତ ଅନ୍ୟ ୪ ପୋଲିସ୍ କର୍ମଚାରୀଙ୍କ ହେବ ମିଛଧରା ଟେଷ୍ଟ । ଏନେଇ ଅନୁମତି ଦେଲେ ଭୁବନେଶ୍ବର ଏସଡିଜେଏମ୍ କୋର୍ଟ । କ୍ରାଇବ୍ରାଞ୍ଚ ପକ୍ଷରୁ ପଲିଗ୍ରାଫ୍ ଟେଷ୍ଟ ପାଇଁ ଆବେଦନ କରାଯାଥିଲା । ଏଥିପାଇଁ ନିଲମ୍ବିତ ପୋଲିସ କର୍ମଚାରୀମାନେ ମଧ୍ୟ ସହମତି ପ୍ରଦାନ କରିଥିଲେ । ଏବେ କୋର୍ଟ ଅନୁମତି ଦେବା ପରେ ଖୁବଶୀଘ୍ର ମିଛଧରା ଟେଷ୍ଟ କରାଯିବ । ୪ ନିଲମ୍ବିତ ପୋଲିସ କର୍ମଚାରୀ ହେଉଛନ୍ତି ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ଶୈଳମୟୀ ସାହୁ, ଏଏସଆଇ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା।
ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ମରା ଘଟଣା: ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ
ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ମରା ଘଟଣା । ନିଲମ୍ବିତ ଆଇଆଇସି ଦୀନକୃଷ୍ଣଙ୍କ ସହିତ ଅନ୍ୟ ୪ ପୋଲିସ୍ କର୍ମଚାରୀଙ୍କ ହେବ ମିଛଧରା ଟେଷ୍ଟ । ଏନେଇ ଅନୁମତି ଦେଲେ ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ।
/kanak/media/media_files/7UFDipQvSYfyTK9Xr6p5.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)