ଅବ୍ୟବସ୍ଥା ଘେରରେ ଭୋଗରାଇ ଦେହୁର୍ଦା ବସଷ୍ଟାଣ୍ଡ । ଆବର୍ଜନା ସହ ଦୁର୍ଗନ୍ଧରେ ଫାଟିପଡୁଛି ପରିବେଶ, ଶୌଚାଳୟରେ ଲହଡି ଭାଙ୍ଗୁଛି ପାଣି

Advertisment

ବସଷ୍ଟାଣ୍ଡଟି ସମ୍ପୁର୍ଣ୍ଣ ଅଳିଆ ଆବର୍ଜନାରେ ଭର୍ତି ହେବା ସହ ଅସାମାଜିକ ବ୍ୟଙ୍କ୍ତିଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ପଇସା ନଦେବାରୁ କର୍ମଚାରୀ ବି କାମ ବନ୍ଦ କରିଦେଇଛନ୍ତି । ଆଉ ତା ପରେ ବଦଳିଯାଇଛି ବସଷ୍ଟାଣ୍ଡର ଚିତ୍ର । ଯାହାକୁ ନେଇ ଅସନ୍ତୋଷ ବଢୁଛି । 

bus

କନକ ବ୍ୟୁରୋ : ଦିନେ ଲାଗିଥିଲା ଗହଳି । ଏବେ କୌଣସି ଯାତ୍ରୀଙ୍କ ଦେଖା ମିଳୁନି । ଅଳିଆ ଆବର୍ଜନା ପଡି ପଡି ପୁତିଗନ୍ଧମୟ ପରିବେଶ ଭିତରେ ରହିଛି ଆମ ବସଷ୍ଟାଣ୍ଡ । ରକ୍ଷଣା ବେକ୍ଷଣ ଅଭାବ ଯୋଗୁ ଭାଙ୍ଗି ରୁଜି ନଷ୍ଟ ହୋଇଯାଇଛି ବାଲେଶ୍ୱର ଭୋଗରାଇ ବ୍ଳକ ଦେହୁର୍ଦାଠାରେ ଥିବା ଆମ ବସଷ୍ଟାଣ୍ଡ । ଉଦଘାଟନ ବେଳେ ବସ ଷ୍ଟାଣ୍ଡର ଭିତର ଏବଂ ବାହାରେ ବାହାର ସବୁଠି ଚକଚକ୍ ଥିଲା। ହେଲେ ଏବେ ସବୁଠି ଅଳିଆ ଆବର୍ଜନାରେ ଭର୍ତି ହୋଇ ଦୁର୍ଗନ୍ଧରେ ଫାଟି ପଡୁଛି। ନା ଏଠି ପରିଷ୍କାର କରାଯାଉଛି ନା ଏହା ଉପରେ କାହାର ନଜର ପଡୁଛି। ଆବର୍ଜନା ସହ ଶୌଚାଳୟରେ ଲହଡି ଭାଙ୍ଗୁଛି ପାଣି । ଏହାର ଉନ୍ନତି ନେଇ ବହୁବାର ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନିଆଯାଉନି । 

ବସଷ୍ଟାଣ୍ଡଟି ସମ୍ପୁର୍ଣ୍ଣ ଅଳିଆ ଆବର୍ଜନାରେ ଭର୍ତି ହେବା ସହ ଅସାମାଜିକ ବ୍ୟଙ୍କ୍ତିଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ପଇସା ନଦେବାରୁ କର୍ମଚାରୀ ବି କାମ ବନ୍ଦ କରିଦେଇଛନ୍ତି । ଆଉ ତା ପରେ ବଦଳିଯାଇଛି ବସଷ୍ଟାଣ୍ଡର ଚିତ୍ର । ଯାହାକୁ ନେଇ ଅସନ୍ତୋଷ ବଢୁଛି । 

ବସଷ୍ଟାଣ୍ଡର ସ୍ଥାୟୀ ଭାବେ ସଫାସୁତୁରା ଏବଂ ରକ୍ଷଣା ବେକ୍ଷଣା ନକରିଲେ ଆମ ବସ ଷ୍ଟାଣ୍ଡ ଭୁତ କୋଠିରେ ପରିଣତ ହେବ ଏଥିରେ ସନ୍ଦେହ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe