ଭରତପୁର ଘଟଣାକୁ ନେଇ ତେଜିଲା ରାଜନୀତି । ମୁହାଁମୁହିଁ ହେଲେ ଶାସକ-ବିରୋଧୀ

Advertisment

ଭରତପୁର ଥାନା ଘଟଣାରେ ଏବେ ପଡିଛି ରାଜନୀତିର ଛିଟା। ସେନା କର୍ମଚାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଏବେ ଦିଲ୍ଲୀ ଯାଏଁ ପହଞ୍ଚିଲାଣି। ସବୁଠି ପୋଲିସ ବିରୋଧରେ ସ୍ବର ଶାଣିତ ହେଉଛି। ପୀଡିତାଙ୍କୁ ନ୍ୟାୟ ଦେବାକୁ ଦାବି ଜୋର ଧରୁଛି।

ଭରତପୁର ଥାନା ଘଟଣାରେ ଏବେ ପଡିଛି ରାଜନୀତିର ଛିଟା। ସେନା କର୍ମଚାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଏବେ ଦିଲ୍ଲୀ ଯାଏଁ ପହଞ୍ଚିଲାଣି। ସବୁଠି ପୋଲିସ ବିରୋଧରେ ସ୍ବର ଶାଣିତ ହେଉଛି। ପୀଡିତାଙ୍କୁ ନ୍ୟାୟ ଦେବାକୁ ଦାବି ଜୋର ଧରୁଛି।

politics bhratpur issue

କନକ ବ୍ୟୁରୋ: ଭରତପୁର ଥାନା ଘଟଣାରେ ଏବେ ପଡିଛି ରାଜନୀତିର ଛିଟା। ସେନା କର୍ମଚାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଏବେ ଦିଲ୍ଲୀ ଯାଏଁ ପହଞ୍ଚିଲାଣି। ସବୁଠି ପୋଲିସ ବିରୋଧରେ ସ୍ବର ଶାଣିତ ହେଉଛି। ପୀଡିତାଙ୍କୁ ନ୍ୟାୟ ଦେବାକୁ ଦାବି ଜୋର ଧରୁଛି। ବିରୋଧୀ ବିଜେଡି ଓ କଂଗ୍ରେସ ଏକସ୍ବରରେ ପୀଡିତାଙ୍କ ସମର୍ଥନରେ ବାହାରିଛନ୍ତି।

ବିଜେଡି କହିଛି, ଆସନ୍ତାକାଲି ଏନେଇ ରାଜଭବନ ସାମ୍ନାରେ ଧାରଣା ଦେବ। ବିଜେପିକୁ ନିଶାନା କରି କଂଗ୍ରେସ କହିଛି, ଆଉ ଶିଶୁ ସରକାର ବାହାନା ଚଳିବନି। ତେବେ ବିଜେପି କିନ୍ତୁ ଏ ପ୍ରସଙ୍ଗରେ ଚୁପ୍ ବସିନି। ସାମ୍ନାକୁ ଆସିଛନ୍ତି ରାଜସ୍ବ ମନ୍ତ୍ରୀ, କହିଛନ୍ତି ଅଭିଯୁକ୍ତ ଯେତେ ବଳଶାଳୀ ହେଲେ ବି ଛାଡିବୁନି।  

ତେବେ ରାଜଧାନୀର ଏହି ଘଟଣା ପୂରା ଓଡ଼ିଶାକୁ ଲଜ୍ଜିତ କରିଛି।  କମିଶନରେଟ ପୋଲିସର ‘ୱି କେୟାର ୱି ଡେୟା’ ନାରା ଉପରେ ଲାଗିଛି ବିରାଟ ପ୍ରଶ୍ନବାଚୀ।  ଅନ୍ୟପକ୍ଷରେ ଆକ୍ସନ ମୋଡକୁ ଆସିଛି ସରକାର ।  ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଅନ୍ୟ ପୋଲିସ କର୍ମଚାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ଏହି ମାମଲାରେ ୭ ରୋଡ୍ ରୋମିଓଙ୍କୁ ଗିରଫ କରିଛି ପୋଲିସ। ମହିଳା କମିଶନ ବି ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

କେବଳ ରାଜନୈତିକ ଦଳ ନୁହେଁ ଏ ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସାମାଜିକ କର୍ମୀ। ନିଲମ୍ବନ ନୁହେଁ ଆଇଆଇସିଙ୍କୁ ଗିରଫ କରିବା ଦାବିରେ ସିପି ଅଫିସ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ପ୍ରଶ୍ନ ଉଠୁଛି, ଯଦି ପୋଲିସ ଏଭଳି ଅମାନବୀୟ କାଣ୍ଡ କରିବ, ତେବେ ନ୍ୟାୟ କେମିତି ମିଳିବ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe