jalaprapata Photograph: (jalaprapat )
କନକବ୍ୟୁରୋ : ପର୍ଯ୍ୟଟନ ସ୍ଥଳୀ ର ବିକାଶ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଆଜି ମଧ୍ୟ ଅନେକ ପର୍ଯ୍ୟଟନ ସ୍ଥଳୀ ଲୁକାୟତ ଅବସ୍ଥାରେ ପଡ଼ି ରହିଛି । ଯାହା ଫଳରେ ଲୁକାୟତ ରେ ଥିବା ପର୍ଯ୍ୟଟନ ସ୍ଥଳୀ କୁ ମାନ୍ୟତା ଦେବା ପାଇଁ ଆଗକୁ ବାହାରି ଆସିଛନ୍ତି ଗାଁ ଲୋକେ। ଏଭଳି ଏକ ପର୍ଯ୍ୟଟନ ସ୍ଥଳୀ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ମଳାସପଦର ଗ୍ରାମ ପଞ୍ଚାୟତ ରେ ଥିବା ଦେଦେଙ୍ଗ ଜଳ ପ୍ରପାତ।
ଘଞ୍ଚ ଜଙ୍ଗଲ ମଧ୍ୟରେ ଯେପରି ପ୍ରକୃତି ରାଣୀ ସଜେଇ ହୋଇ ରହିଛି । ପାହାଡ଼ିଆ ପର୍ବତ ଘେରା ରୁ ସ୍ୱଚ୍ଛ ନିର୍ମଳ ପାଣି ଯେପରି ଗୀତ ଗାଉଛି। ଏଭଳି ଜଳ ପ୍ରପାତ ହେଉଛି ମୋହନା ସହର ଠାରୁ ମାତ୍ର ୨୨ କିଲୋ ମିଟର ଦୂରରେ ଥିବା ଦେଦେଙ୍ଗ ଜଳ ପ୍ରପାତ , ଜଳ ପ୍ରପାତ ଟି ଲୁକାୟିତ ଅବସ୍ଥାରେ ପଡ଼ି ରହିଥିବା ରୁ ମଳାସପଦର ପଞ୍ଚାୟତ ର କେହେଲିଗୁଡା ଗ୍ରାମବାସୀ ପର୍ଯଟନ ର ବିକାଶ ପାଇଁ ନିଜେ ଆଗକୁ ବାହାରିଛନ୍ତି ।
ମନଲୋଭା ଜଳ ପ୍ରପାତ ଘଞ୍ଚ ଜଙ୍ଗଲ ଓ ସୁନ୍ଦର ପରିବେଶ ରେ ରହିଥିବା ହେତୁ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରି ଟାଣି ଆଣୁଛି । ଜଳ ପ୍ରପାତ ଟି ପାଖା ପାଖି ୧୫୦ ଫୁଟ ଉପରୁ ପାଣି ପଡ଼ୁଥିବା ବେଳେ ପ୍ରକୃତି ର ସୋନ୍ଦର୍ଯ୍ୟ ଦ୍ଵିଗୁଣିତ କରୁଛି। ହେଲେ ଜଳ ପ୍ରପାତ ଟି ଜିଲ୍ଲା ପ୍ରଶାସନ ହେଉ କିମ୍ବା ବ୍ଲକ୍ ପ୍ରଶାସନ ର ଦୃଷ୍ଟି ଆଢ଼ୁଆଳରେ ରହିଛି।
ଜଳ ପ୍ରପାତ ର ଉନ୍ନତି କରଣ କରିବା ପାଇଁ ଗ୍ରାମବାସୀ ବ୍ଲକ୍ ପ୍ରଶାସନ ସହ ଜିଲ୍ଲା ପ୍ରଶାସନ ପାଖରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। କିନ୍ତୁ କୌଣସି ସୁଫଳ ମିଳି ପାରିନାହିଁ ଆଜି ପର୍ଯ୍ୟନ୍ତ ।
ପର୍ଯ୍ୟଟକ ଙ୍କ ଜଳ ପ୍ରପାତ କୁ ଯିବା ପାଇଁ ଆକୃଷ୍ଟ ବଢୁଥିବା ବେଳେ ଭଲ ରାସ୍ତା ଖଣ୍ଡେ ନାହିଁ । ଶେଷରେ ପର୍ଯ୍ୟଟକ ଙ୍କ ସୁବିଧା ପାଇଁ ନିଜେ ଗାଁ ଲୋକେ ଗାଁ ପାଣ୍ଠି ରୁ ଟଙ୍କା ବାହାର କରି ଗାଁ ର ପୁରୁଷ ଓ ମହିଳା ନିଜେ କୋଡ଼ି କଦାଳ ଧରି ରାସ୍ତା ନିର୍ମାଣ କରିଛନ୍ତି । ହେଲେ ଦେଖା ଯାଉ ଏଭଳି ମନାଲୋଭା ଜଳ ପ୍ରପାତ କୁ ସରକାର କେବେ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦେବେ ଓ ପର୍ଯ୍ୟଟନ ସ୍ଥଳୀ ର ବିକାଶ କରିବେ ତାହା ଅଞ୍ଚଳ ବାସୀଙ୍କ ଅପେକ୍ଷା।
Follow Us