କନକ ବ୍ୟୁରୋ : ସୁନ୍ଦର ତୃପ୍ତିର ଅବସାଦ ନାହିଁ...ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ଚିଲିକା, ନାଁ ହିଁ ଯଥେଷ୍ଟ । ଚିଲିକାର ସୌନ୍ଦର୍ଯ୍ୟରେ ଆତ୍ମହରା କବି ଓ ଭାବୁକ । ମରାଳ ମାଳିନୀ ନୀଳାମ୍ବୁ ଚିଲିକା ..ଏବେ ବି ଚିଲିକାର ନୀଳ ଜଳ ରାଶି ବିମୋହିତ କରୁଛି । ଏବେ ବି ମଣିଷ ମାନସ ପଟ୍ଟରେ ଚିଲିକାର ଚାରୁ ଚିତ୍ରପଟ୍ଟ ଜୀବନ୍ତ ରହିଛି । ଚିଲିକା ନଳବଣର ପକ୍ଷୀ ହେଉ କି ବିରଳ ଡଲଫିନ୍ । ପର୍ୟ୍ୟଟକଙ୍କୁ ନିଜ ଆଡକୁ ଟାଣିବାର ସବୁ ଆକର୍ଷଣୀୟ ଉପାଦାନକୁ ନିଜ ଭିତରେ ସାଇତି ରଖିଛି ଚିଲିକା । ଖାଲି ସୌନ୍ଦର୍ୟ୍ୟ ନୁହେଁ ଏଠି ମା’ କାଳିଜାଇଙ୍କ ଦର୍ଶନ ପାଇଁ ଛୁଟି ଆସନ୍ତି ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ ।
ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ଏହି ଚିଲିକା ପର୍ୟ୍ୟଟକ ଙ୍କ ପ୍ରିୟ ସ୍ଥାନ ରହି ଆସିଛି । ନଳବଣ ପକ୍ଷୀ ପାଇଁ ପ୍ରସିଦ୍ଧ ଥିବା ବେଳେ ରାଜଂହସ, ଇକୋ ରିଟ୍ରଟ ଏବଂ ସାତାପଡା ଚିଲିକାରେ ଇରାଓାଡି ଡଲଫିନ ପାଇଁ ମନ ଟାଣୁଛି । ମା’ କାଳିଜାଈଙ୍କ ଦର୍ଶନ ସରିଲା ପରେ ଚିଲିକାରେ ବିଦେଶାଗତ ପକ୍ଷୀ ମାନଙ୍କ କିଚିରି ମିଚିରି ଶବ୍ଦ ଭକ୍ତ ଙ୍କ ମନରେ ଆଉ ଏକ ଖୁସି ଦେଇଥାଏ । ସୌନ୍ଦର୍ଯ୍ୟ ସହିତ ଚିଲିକା ବକ୍ଷ ପକ୍ଷୀଙ୍କ କଳରବ ଗୁଂଜରିତ ହୋଇଥାଏ । ପର୍ଯ୍ୟଟକଙ୍କ ମନରେ ଶୀତ ଋତୁରେ ସ୍ଥାନୀୟ ପକ୍ଷୀ ମାନଙ୍କ ସହିତ ବିଦେଶାଗତ ପକ୍ଷୀଙ୍କ କଳରବ ଧ୍ୱନି ଅଲଗା ଏକ ରୋମଂଚ ଭରିଥାଏ ।
ଶୀତ ଋତୁ ଆସିଲେ ଏହି ଚିଲିକାରେ ଦେଶ ବିଦେଶରୁ ପର୍ଯ୍ୟଟକ ମାନଙ୍କ ଭିଡ ବଢି ବଢି ଚାଲିଥାଏ ପ୍ରକୃତିର ଏହି ଅନନ୍ୟ ଅବଦାନକୁ ଥରେ ଆସି ମନ ଭରି ଉପୋଭୋଗ କରି ପୁଣି ..ଫରିଆଯାଇଥାନ୍ତି ପର୍ଯ୍ୟଟକ ମାନେ । ଆଉ ସାଥୀରେ କିଛି ସେଲଫି ନେଇ ଚିଲିକା ସ୍ମୃତିକୁ ଜୀବନ୍ତ କରିଥାନ୍ତି ।