ବେସିକ୍ ଦରମା ୫୦ ହଜାର ଟଙ୍କା ହୋଇଥିଲେ.. ନୂଆ ଯୋଜନାରେ କେତେ ପାଇବେ ପେନସନ୍?

Advertisment

ପୁରୁଣା ପେନସନ୍ ବ୍ୟବସ୍ଥା, ନ୍ୟାସନାଲ ପେନସନ୍ ସ୍କିମ୍ ଓ ଏବେ ୟୁନିଫାଏଡ୍ ପେନସନ୍ ସ୍କିମ୍। ଏହା ଭିତରୁ କେଉଁଟି ଭଲ? ତାକୁ ନେଇ ବିବାଦ ଓ ବିତର୍କ ଉଠିଛି। କେନ୍ଦ୍ର ସରକାର ୟୁପିଏସରେ ସର୍ବନିମ୍ନ ପେନସନ ସୁନିଶ୍ଚିତ କରିଛନ୍ତି। କିନ୍ତୁ ପେନସନ ପାଇବାକୁ ଚାକିରିଆ ୧୦ ପ୍ରତିଶତ ଦେୟ ଦେବେ।

ପୁରୁଣା ପେନସନ୍ ବ୍ୟବସ୍ଥା, ନ୍ୟାସନାଲ ପେନସନ୍ ସ୍କିମ୍ ଓ ଏବେ ୟୁନିଫାଏଡ୍ ପେନସନ୍ ସ୍କିମ୍। ଏହା ଭିତରୁ କେଉଁଟି ଭଲ? ତାକୁ ନେଇ ବିବାଦ ଓ ବିତର୍କ ଉଠିଛି। କେନ୍ଦ୍ର ସରକାର ୟୁପିଏସରେ ସର୍ବନିମ୍ନ ପେନସନ ସୁନିଶ୍ଚିତ କରିଛନ୍ତି। କିନ୍ତୁ ପେନସନ ପାଇବାକୁ ଚାକିରିଆ ୧୦ ପ୍ରତିଶତ ଦେୟ ଦେବେ।

YY

କନକ ବ୍ୟୁରୋ: ପୁରୁଣା ପେନସନ୍ ବ୍ୟବସ୍ଥା, ନ୍ୟାସନାଲ ପେନସନ୍ ସ୍କିମ୍ ଓ ଏବେ ୟୁନିଫାଏଡ୍ ପେନସନ୍ ସ୍କିମ୍। ଏହା ଭିତରୁ କେଉଁଟି ଭଲ? ତାକୁ ନେଇ ବିବାଦ ଓ ବିତର୍କ ଉଠିଛି। କେନ୍ଦ୍ର ସରକାର ୟୁପିଏସରେ ସର୍ବନିମ୍ନ ପେନସନ ସୁନିଶ୍ଚିତ କରିଛନ୍ତି। କିନ୍ତୁ ପେନସନ ପାଇବାକୁ ଚାକିରିଆ ୧୦ ପ୍ରତିଶତ ଦେୟ ଦେବେ। ଏହାକୁ ବିରୋଧ କରି ପୁରୁଣା ପେନସନ ବ୍ୟବସ୍ଥା ଫେରାଇ ଆଣିବାକୁ ଦାବି ଉଠିଛି।  

କେନ୍ଦ୍ର ସରକାରଙ୍କ ନୂଆ ପେନସନ୍‌ ଯୋଜନା ୨୦୨୫ ଏପ୍ରିଲ ପହିଲାରୁ ଲାଗୁହେବ। ଏହାକୁ ନେଇ ସରକାରୀ କର୍ମଚାରୀଙ୍କ ଭିତରେ ଉତ୍କଣ୍ଠା ଯେ, ନୂଆ ଯୋଜନାରେ କେତେ ମିଳିବ ପେନସନ୍‌? ଦେଖନ୍ତୁ ଏହି ଉଦାହରଣ। 

ୟୁନିଫାଏଡ ପେନସନ୍‌ ସ୍କିମ 
ଅବସରର ଶେଷ ୧୨ ମାସରେ ବେସିକ୍ ଦରମା ୫୦ ହଜାର ହୋଇଥିଲେ
ବେସିକ୍‌ ଦରମାର ୫୦% ଅର୍ଥାତ ୨୫ ହଜାର ଟଙ୍କା ପେନସନ୍ ମିଳିବ
ଏହାବାଦ୍ ନିୟମିତ ବ୍ୟବଧାନରେ ଲାଗୁ ହେଉଥିବା ମହଙ୍ଗା ଭତ୍ତା ପାଇବେ
କର୍ମଚାରୀଙ୍କ ଦେହାନ୍ତ ପରେ ପରିବାରକୁ ୬୦% ଫ୍ୟାମିଲି ପେନସନ୍ ମିଳିବ
ଅର୍ଥାତ ୨୫ ହଜାର ପେନସନ୍ ପାଉଥିଲେ ପରିବାର ପାଇବ ୧୫ ହଜାର ଟଙ୍କା

ତେବେ ଅନ୍ୟୁନ ୨୫ବର୍ଷ ଚାକିରି କରିଥିଲେ ଏହି ନୂଆ ପେନସନ୍ ଯୋଜନାର ଲାଭ ପାଇବେ କର୍ମଚାରୀ। ଏଥିସହ ମିନିମମ୍ ଆସ୍ୟୋର୍ଡ ପେନସନ୍ର ବ୍ୟବସ୍ଥା କରାଯାଇଛି। ୧୦ ବର୍ଷ ଚାକିରି କରିଥିଲେ ୧୦ ହଜାର ଟଙ୍କାର ନିଶ୍ଚିତ ପେନସନ୍ ପ୍ରଦାନ କରାଯିବ। 

ସରକାର ନୂଆ ପେନସନ୍ ଯୋଜନା ଘୋଷଣା କରିବା ସହ କର୍ମଚାରୀଙ୍କ ଆଗରେ ଦୁଇଟି ବିକଳ୍ପ ରଖିଛନ୍ତି। ଅର୍ଥାତ କର୍ମଚାରୀ ଚାହିଁଲେ ନ୍ୟାସନାଲ ପେନସନ୍ ସିଷ୍ଟମ୍ କିମ୍ବା ୟୁନିଫାଏର୍ଡ ପେନସନ୍ ସ୍କିମ ମଧ୍ୟରୁ ଗୋଟିଏକୁ ଚୟନ କରିପାରିବେ। କିନ୍ତୁ ଦୀର୍ଘଦିନ ହେଲା ପୁରୁଣା ପେନସନ୍ ବ୍ୟବସ୍ଥା ଫେରାଇ ଆଣିବାକୁ ଦାବି ହେଉଛି। କାରଣ ଓଲ୍ଡ ପେନସନ୍ ସ୍କିମରେ କର୍ମଚାରୀଙ୍କୁ ପେନସନ୍ ବାବଦ କୌଣସି ଦେୟ ଦେବାକୁ ପଡୁନଥିଲା। ହେଲେ ୟୁପିଏସ୍ରେ ସରକାର ୧୮ ପ୍ରତିଶତରୁ ଅଧିକ ଦେଉଥିଲେ ମଧ୍ୟ କର୍ମଚାରୀଙ୍କୁ ୧୦ ପ୍ରତିଶତ ଦେୟ ଦେବାକୁ ପଡ଼ିବ। ତେଣୁ ଏହାକୁ ଗ୍ରହଣ କରିପାରୁ ନାହାନ୍ତି ସରକାରୀ କର୍ମଚାରୀ।   

ନୂଆ ପେନସନ୍ ଯୋଜନାକୁ ଆକର୍ଷଣୀୟ କରିବା ପାଇଁ ସରକାର ସର୍ବନିମ୍ନ ୧୦ ହଜାର ପେନସନ୍ର ଗ୍ୟାରେଣ୍ଟି ସହ ମହଙ୍ଗା ଭତ୍ତାକୁ ସାମିଲ କରିଛନ୍ତି। ସେହିପରି ପେନସନ୍ ବାବଦ ନିଜ ଭାଗକୁ ୧୪ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe