କନକ ବ୍ୟୁରୋ : ୟୁନୁସ ସରକାର ଆସିବା ପରେ ବାଂଲାଦେଶରେ ଚାଲିଛି କ’ଣ? ଆଉ ଦେଶରେ ସଖ୍ୟାଲଘୁଙ୍କ ଅବସ୍ଥା କେତେ ଶୋଚନୀୟ? ଏହାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି… ଅନେକ ସମୟରେ ଖବରକାଗଜ ହେଉ କି ନ୍ୟାସନାଲ୍ ମିଡିଆ, ଖବର ଦେଖିବାକୁ ପଇଥାଉ ବାଂଲାଦେଶରେ କିପରି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଉଛି, ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ କିପରି ଆକ୍ରମଣ କରାଯାଉଛି ,ଝିଅ ମାନଙ୍କୁ ବଳର୍ପୂବକ ଅପହରଣ କରି ଧର୍ମାନ୍ତର କରାଯାଉଛି । ଜମି ବାଡି ସବୁ ଜୋରଜବରଦସ୍ତି କବଜା କରାଯାଉଛି ଆଉ ଏହି ସବୁ ଘଟଣା ଏବେ ନିତିଦୀନିଆ ହୋଇଗଲାଣି, କିନ୍ତୁ ବର୍ତ୍ତମାନ ଯେଉଁ ଖବର ଆସିଛି ତାହା ଜାଣିଲେ ଆପଣ ବିଚଳିତ ହୋଇଯିବେ ।
ବାଂଲାଦେଶରେ ୨୦ଟଙ୍କା ନେବାକୁ ଅଟୋ ଚାଳକ, ରିକ୍ସା ଚାଳକ ଏମିତିକି ଦୋକାନୀମାନେ ମଧ୍ୟ ନେଉନାହାନ୍ତି । ଏହାର କାରଣ ୨୦ ଟଙ୍କିଆ ନୋଟ୍ ରେ ମନ୍ଦିରର ଚିତ୍ର ରହିଛି, ଯାହା ଫଳରେ ଏକ ନିର୍ଦ୍ଦିଷ୍ଟ ଧର୍ମର ବ୍ୟକ୍ତିମାନେ ଟଙ୍କା ନେବାକୁ ମନା କରୁଛନ୍ତି । ଏମିତିକି ଟଙ୍କାକୁ ଚିରି ଦିଆଯାଉଛି । ପଚାରିବାରୁ କହୁଛନ୍ତି, ଏହା ହେଉଛି ମୁସଲମାନ କଣ୍ଟ୍ରି । ଏହି ନୋଟ୍ରେ ହିନ୍ଦୁ ମନ୍ଦିରର ଫଟୋ ରହିଛି । ଏହି ନୋଟ୍କୁ ନେଇ କଣ ଆମେ ପୂଜା କରିବୁ । ଆମେ ଏହି ନୋଟ୍କୁ ନେବୁନି । ଏପରି କହିବା ସହ ଟଙ୍କାକୁ ଚିରିଦେଇଥିବା ମଧ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/17/bangladeshi-2025-07-17-20-06-44.jpg)