କନକ ବ୍ୟୁରୋ : ମହାରାଷ୍ଟ୍ରରୁ ଶିମିଳିପାଳକୁ ଆସିଥିବା ଦୁଇ ଵଘୁଣୀକୁ ନେଇ ୧୫ ଦିନ ହେଲାଣି ଚିନ୍ତାରେ ଅଛନ୍ତି ୩ ରାଜ୍ୟର ବନ ବିଭାଗ।  ଏହାରି ଭିତରେ ଯମୁନା ଏବେବି ଶିମିଳିପାଳ ଲାଣ୍ଡସ୍କେପ ଅର୍ଥାତ୍ କୂଲଡିହା ଅଭୟାରଣ୍ୟରେ ବିଚରଣ କରୁଥିବାବେଳେ ଜିନ୍ନତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜଙ୍ଗଲକୁ ଚାଲି ଯାଇଛି।  ଶିମିଳିପାଳରୁ ଝାଡ଼ଖଣ୍ଡ ଦେଇ ଏବେ ପଶ୍ଚିମବଙ୍ଗରେ ଘୁରି ବୁଲୁଛି ବାଘୁଣୀ । ଝାଡ଼ଖଣ୍ଡ ଭଳି  ପଚିଂମବଙ୍ଗରେ ବାଘୁଣୀ ଜିନ୍ନତ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଛି । ପର୍ଯ୍ୟଟନ ଋତୁରେ ବାଘ ଆତଙ୍କ ଲାଗି ଝାଡଗ୍ରାମ ଜଙ୍ଗଲ ଅଞ୍ଚଳର ସମସ୍ତ ପିକନିକ ସ୍ପଟ୍ କୁ ବନ୍ଦ୍ ରଖିଛି ସ୍ଥାନୀୟ ପ୍ରଶାସନ। ପଶ୍ଚିମବଂଗ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ।  ତେଣୁ ପରିସ୍ଥିତିକୁ ନଜରରେ ରଖି ବନବିଭାଗ ର ସ୍ବତନ୍ତ୍ର ଟିମ୍ ଜିନ୍ନତ୍ ର ଗତିବିଧିକୁ ଟ୍ରାକିଂ କରୁଛନ୍ତି । ସୁଯୋଗ ପାଇବା ମାତ୍ରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରି  ପୁଣି ଶିମିଳିପାଳ ଫେରାଇ ଅଣାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Advertisment

ଜିନ୍ନତକୁ ଉଭୟ ଓଡିଶା ଓ ପଶ୍ଚିମବଙ୍ଗର ବନବିଭାଗ କଡ଼ା ନଜର ରଖିଛି । ଜିନ୍ନତକୁ ଟ୍ରାଙ୍କୁଲାଇଜ କରିବା ବନବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ । ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ଫେରାଇଆଣିବା ପାଇଁ ସୁନ୍ଦରବନରୁ ଆସିଛନ୍ତି  ସ୍ୱତନ୍ତ୍ର ଟିମ । ଏହି ଟିମ ଝାଡ଼ଗ୍ରାମରେ ପହଞ୍ଚି ବାଘୁଣୀକୁ ଖୋଜିବା ଆରମ୍ଭ କରିଛି । ବାଘୁଣୀ ଜିନ୍ନତ ମଣିଷକୁ ଆକ୍ରମଣ କରିବା ପୂର୍ବରୁ ତାକୁ ଜାଲ ପକେଇ ଧରିବାକୁ ଯୋଜନା କରାଯାଇଛି। ତେବେ ଦୁଇ ବାଘୁଣୀ ସମ୍ପୂର୍ଣ ଭିନ୍ନ ଏକ ପରିବେଶ ଓ ପରିସ୍ଥିତି ରୁ ଆସିଥିବାରୁ ସେମାନେ ଶିମିଳିପାଳ ସହିତ ନିଜକୁ ଖାପ ଖୁଆଇ ନପାରି ସ୍ଥାନ ପରିବର୍ତ୍ତନ କରୁଥିବା ଅନୁମାନ କରିଛନ୍ତି ବ୍ୟନ୍ୟପ୍ରାଣୀ ବିଶେଷଜ୍ଞ । ତେବେ ବାଘୁଣୀକୁ ଆହୁରି ଅଧିକ ଦିନ ଏନକ୍ଲୋଜରରେ ରଖି ଶିମିଳିପାଳର ପରିବେଶ ସହିତ ଭଲ ଭାବରେ ଖାପ ଖୁଆଇଲା ପରେ ଖୋଲା ଜଂଗଲରେ ଛାଡିବା ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ । 

ଜିନ୍ନତ ପଛକୁ ନ ଫେରି ଆଗକୁ ଅଗ୍ରସର ହେଉଥିବାରୁ ତା ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ମାଓ ଇଲାକା ଲାଲଗଡ଼କୁ ଯିବା ପୂର୍ବରୁ ବାଘୁଣୀ କାବୁ କରିବାକୁ ଯୋଜନା କରିଛନ୍ତି ସୁନ୍ଦରବନରୁ ଆସିଥିବା ସ୍ୱତନ୍ତ୍ର ଟିମ।