କନକ ବ୍ୟୁରୋ: ବର୍ଷା ଛାଡ଼ିଯାଇଛି, ହେଲେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନାଗାବଳୀ ନଦୀ ଫୁଲି ଉଠିଛି । ଗର୍ଜନ କରି ମାଡ଼ି ଚାଲିଛି । ପଥର ଆଡ଼ି ବନ୍ଧକୁ ବି ଭସାଇ ନେଉଛି। କେବଳ ସେତିକି ନୁହେଁ ନଦୀକୂଳ ଅତଡ଼ା ଖସିବା ଦେଖି ଛାନିଆ ନଈକୂଳିଆ ଲୋକେ । ଉଠା ଜଳସେଚନ ପମ୍ପ ହାଉସର ଚାରିପଟେ ଥିବା ମାଟି ଅତଡ଼ା ମଧ୍ୟ ଧସୁଛି । ଏବେ ସ୍ଥିତି ଏମିତି ହୋଇଛି ଯେ, କେତେବେଳେ ପମ୍ପ ହାଉସ ନଦୀ ଗର୍ଭକୁ ଚାଲିଯିବ ତାହା କହିହେବନି ।
ରାୟଗଡ଼ା ସଦର ଜେମାଦେଇପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ବଡ଼ରାଇସିଂ ଗାଁ ନିକଟରୁ ନାଗାବଳୀର ଏଭଳି ଉଗ୍ରରୂପ ଦେଖିବାକୁ ମିଳିଛି । ଦିନେ ଏଠିକାର ଲୋକଙ୍କ ଜୀବନ ଜୀବିକାର ଆଧାର ସାଜିଥିଲା । ବର୍ତ୍ତମାନ ଦୁଃଖ ପାଲଟିଯାଇଛି ।
ଢେଉ ମାଡ଼ରେ ବନ୍ଧରୁ ପଥର ଓ ମାଟି ଅତଡ଼ା ଖସୁଥିବା ଦେଖି ବଡରାଇସିଂ ଗାଁ ଲୋକଙ୍କ ନିଦ ହଜିଯାଇଛି । ଆଗକୁ ଯଦି ବର୍ଷା ବଢ଼େ, ଉପରମୁଣ୍ଡରୁ ପାଣି ଆସେ, ତେବେ ବଡ଼ ବିପଦ ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/04/4-2025-10-04-18-20-19.jpg)