କନକ ବ୍ୟୁରୋ : ସମ୍ବାଦ ଗ୍ରୁପ ତରଫରୁ ରାଜ୍ୟର ସର୍ବବୃହତ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଲେଟସ୍ ସଟଳର ତୃତୀୟ ସଂସ୍କରଣ ବଲାଙ୍ଗୀର ଜୋନ ପ୍ରତିଯୋଗିତା ସ୍ଥାନୀୟ ପିଆର ହାଇସ୍କୁଲ ପଡିଆର ଇନଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମରେ ଉଦଯାପିତ ହୋଇଯାଇଛି । ଜମ୍ବଲଡରେ ମହେଶ କୁକରେକା ଓ ରାମେଶ ବେମାଲଙ୍କୁ ୨୧-୧୬,୨୧-୦୮ ସେଟରେ ହରାଇ ଏନ୍ ସୁରେନ୍ଦ୍ର, ପବିତ୍ର ବେହେରା କର୍ପୋରେଟ ବର୍ଗରେ ଦେବପ୍ରିୟ ନେଗି ଓ ଅକ୍ରମ ଦୂରାନୀଙ୍କୁ ୨୧-୧୭, ୨୧-୧୪ ରେ ହରାଇ ରାକେଶ ବେମାଲ ଓ ଶୋଭନ ଦତ୍ତ, କର୍ପୋରେଟ ବର୍ଗରେ ଏନ୍ ସୁରେନ୍ଦ୍ର ଓ ରାମଶଂକର ମଲ୍ଲିକଙ୍କୁ ୨୧-୧୫,୨୧-୧୫ ସେଟରେ ହରାଇ ଜୟେଶ ଅଗ୍ରୱାଲ ଓ ଦିବ୍ରମ କେଜ୍ରିୱାଲ ବିଜୟୀ ହୋଇଛନ୍ତି । ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଯୋଗଦେଇ ପୁରସ୍କାର ବିତରଣ କରିବା ସହ ବଲାଙ୍ଗୀର ଜିଲ୍ଲାରେ କ୍ରୀଡା କ୍ଷେତ୍ରରେ ସମ୍ଭାବନା ରହିଥିବା କହିଥିଲେ । ସମ୍ମାନୀତ ଅତିଥି ଭାବେ ଯୁବୋଦୟ କଲେଜ ଅଫ୍ ଆଡଭାନ୍ସ ଟେକ୍ନୋଲୋଜିର ଅଧ୍ୟକ୍ଷ ଜଗମୋହନ ପାଢୀ, ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ସମ୍ପାଦକ ସୁରୁଲାଲ ମଟାରୀ, କଳାହାଣ୍ଡି ଜିଲ୍ଲା ସମ୍ପାଦକ ସନ୍ଦୀପ ମିଶ୍ର ଅନନ୍ତ ବେହେରା, ମାନସ ମହାନ୍ତି ପ୍ରତିଯୋଗିତା ପରିଚାଳନା କରିଥିଲେ ।