‘ଖେଲୋ ଇଣ୍ଡିଆ ମିସନ’ର ଶୁଭାରାମ୍ଭ

Advertisment

ସୀତାରମଣ କହିଛନ୍ତି ଯେ ‘‘କ୍ରୀଡ଼ା କ୍ଷେତ୍ର ରୋଜଗାର, ଦକ୍ଷତା ଓ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡ଼ା ପ୍ରତିଭାଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଆଗକୁ ନିଆଯିବ।

ସୀତାରମଣ କହିଛନ୍ତି ଯେ ‘‘କ୍ରୀଡ଼ା କ୍ଷେତ୍ର ରୋଜଗାର, ଦକ୍ଷତା ଓ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡ଼ା ପ୍ରତିଭାଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଆଗକୁ ନିଆଯିବ।

khelo india

khelo india Photograph: (Kanak News)

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର କେନ୍ଦ୍ର ବଜେଟ୍‌ରେ ଭାରତୀୟ କ୍ରୀଡ଼ା କ୍ଷେତ୍ର ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୧୦ ବର୍ଷରେ ଦେଶରେ କ୍ରୀଡ଼ାର ଦ୍ରୁତପ୍ରଗତି ଲାଗି ରୋଡ୍‌ମ୍ୟାପ୍‌ର ଉନ୍ମୋଚନ କରିଛନ୍ତି। ଯାହାର ନାମ ‘ଖେଲୋ ଇଣ୍ଡିଆ ମିସନ’ ରହିଛି। ଏହା ବିଶ୍ବସ୍ତରରେ ଭାରତୀୟ କ୍ରୀଡ଼ାକୁ ଶକ୍ତିଶାଳୀ କରିବ। ଖେଳ ଖାଲି ପୋଡିୟମ୍‌ ଫିନିସ୍‌ ନୁହେଁ ବରଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ବପୂର୍ଣ୍ଣ ହେବ। ଏଥିସହ ଏହା ନିଯୁକ୍ତି ସୁଯୋଗ ସୃ‌ଷ୍ଟି କରିବ ବୋଲି ଅର୍ଥମନ୍ତ୍ରୀ ଆଶା ରଖିଛନ୍ତି। 

ସୀତାରମଣ କହିଛନ୍ତି ଯେ ‘‘କ୍ରୀଡ଼ା କ୍ଷେତ୍ର ରୋଜଗାର, ଦକ୍ଷତା ଓ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡ଼ା ପ୍ରତିଭାଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଆଗକୁ ନିଆଯିବ। ଏଥିଲାଗି ମୁଁ ଆଗାମୀ ଦଶନ୍ଧି ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ପରିବର୍ତ୍ତନ ଲାଗି ‘ଖେଲୋ ଇଣ୍ଡିଆ ମିସନ’ ଆରମ୍ଭ କରିବାକୁ ପ୍ରସ୍ତାବ ଦେଉଛି’’। ‘ଖେଲୋ ଇଣ୍ଡିଆ ମିସନ’ ଲାଗୁ ହେବା ଦ୍ବାରା ପ୍ରଶିକ୍ଷଣ ପାଇଁ ସାର୍ଟିଫାଏଡ୍‌ ପ୍ରଶିକ୍ଷକ, ଉଚ୍ଚଗୁଣବତ୍ତା ନିର୍ଦେଶକଙ୍କ ଚାହିଦା ବଢ଼ିବ। ସ୍ପୋର୍ଟ୍ସ ସାଇନ୍ସ ଓ ମେଡିସିନ୍‌ରେ ଫିଜିଓଥେରାପିଷ୍ଟ, କ୍ରୀଡ଼ା ମନସ୍ତତ୍ତ୍ବବିତ୍‌, ନ୍ୟୁଟ୍ରିସନିଷ୍ଟ ଓ ଗବେଷକଙ୍କ ପାଇଁ ମଧ୍ୟ ସୁଯୋଗ ଆଣିବ। 

ଆହୁରି ପଢ଼ନ୍ତୁ... ଈଶାନଙ୍କ ଶତକ; ସାମ୍‌ସନ୍‌ଙ୍କ ପାଇଁ ଆଣିଲା ବିଶ୍ବକପ୍‌ ଚିନ୍ତା

ଏହା ବାଦ୍‌ ପରିଚାଳନା ଓ ଲିଜିଷ୍ଟିକ୍‌ସ ଲାଗି କ୍ରୀଡ଼ା, ଇଭେଣ୍ଟ ପରିଚାଳନା ଓ ରକ୍ଷଣାବେକ୍ଷଣାରେ ନିଯୁକ୍ତି ବଢ଼ିବ। ମେକ୍‌ ଇନ୍‌ ଇଣ୍ଡିଆ ଅଧୀନରେ ଉଚ୍ଚଗୁଣବତ୍ତା, ସୁଲଭ କ୍ରୀଡ଼ା ଉପକରଣର ଡିଜାଇନ୍‌ ଓ ଉତ୍ପାଦନରେ ରୋଜଗାର ବଢ଼ିବ। ୨୦୩୦ରେ ୧୦୦ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅହମଦାବାଦରେ ଆୟୋଜନ ଭାରତ କରିବାକୁ ଯାଉଥିଲା ବେଳେ ୨୦୩୬ ଅଲିମ୍ପିକ୍ସ ଆୟୋଜନ ଦାବିକୁ ମଜଭୁତ କରୁଛି। ଏହି ନୂଆ କାର୍ଯ୍ୟକ୍ରମ ନିଶ୍ଚିତ ଏଥିରେ ସହଯୋଗ କରିବ ବୋଲି ଅର୍ଥମନ୍ତ୍ରୀ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe