କନକ ବ୍ୟୁରୋ : ଆର୍‌ଜିଏଚ୍‌ରେ କାମ କରୁଥିବା ୪ଟି ଠିକା ସଂସ୍ଥା ଶାରଳା ସିକ୍ୟୁରିଟି ପ୍ରାଇଭେଟ୍ ଲିମିଟେଡ୍‌, ଓରିଅନ୍ ସିକ୍ୟୁରିଟି ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍, ପରିତୋଷ ସର୍ଭିସେସ୍‌ ଓ ଏଲ୍. ଆଣ୍ଡ କେ. ସର୍ଭିସ ଭଳି ସଂସ୍ଥା ବିରୋଧରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ଅଡିଟ୍‌ ରିପୋର୍ଟରେ ଏ ନେଇ ସାମ୍ନାକୁ ଆସିଛି ସତ। ସ୍ଵାସ୍ଥ୍ୟ ବିଭାଗ ସଂପୃକ୍ତ ସଂସ୍ଥାକୁ ବ୍ଲାକ୍ ଲିଷ୍ଟେଡ୍‌ ବି କରିଛି । ଏବେ ପୁଣି ସେହି ସଂସ୍ଥାକୁ କାମ ଦେବାକୁ ମସୁଧା ଚାଲିଥିବା ଅଭିଯୋଗ ହୋଇଛି ।

Advertisment

ଆର୍‌ଜିଏଚ୍‌ରେ ବିଭିନ୍ନ ବିଭାଗରେ କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ସଂପୃକ୍ତ ବ୍ଲାକ୍ ଲିଷ୍ଟେଡ୍ ସଂସ୍ଥା ମଧ୍ୟ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଛନ୍ତି । ଆଶ୍ଚର୍ଯ୍ୟର କଥା ବ୍ଲାକ୍‌ ଲିଷ୍ଟେଡ୍‌ ଏଜେନ୍ସିକୁ ପୁଣି ଥରେ କାମ ଦେବାକୁ ପ୍ରାଶାସନିକ ଅଧିକାରୀଙ୍କ ଉପରେ ରାଜନୈତିକ ଚାପ ପଡ଼ୁଥିବା ଅଭିଯୋଗ ହେଇଛି । 

ଏଠି ପ୍ରଶ୍ନ ଉଠୁଛି ବ୍ଲାକ୍‌ ଲିଷ୍ଟେଡ୍‌ ଏଜେନ୍ସିକୁ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବାକୁ କେମିତି ମିଳିଲା ଅନୁମତି? ସବୁ ଜାଣି କାହିଁକି ଆକ୍ସନ୍‌ ନେଉନି ପ୍ରଶାସନ? କିଏ ପକାଉଛି ଚାପ? ହୋଇଛି କି ଲକ୍ଷ ଲକ୍ଷ ଟଙ୍କାର କାରବାର?