କନକ ବ୍ୟୁରୋ: ମୟୂରଭଞ୍ଜର ବିଶ୍ୱପ୍ରସିଦ୍ଧ ପର୍ବ ଚୈତ୍ରପର୍ବ-୨୦୨୫ । ତୁରୀ,ମହୁରୀ, ଢ଼ୁମସା, ନଗରା ଶବ୍ଦରେ ପ୍ରକମ୍ପିତ ହେଉଛି ବାରିପଦା ସହରର ଐତିହାସିକ ଛଉ ପଡିଆ । ଚୈତ୍ର ମାସର ଚାଇଁ ଚାଇଁ ଗରମରେ ମୟୂରଭଞ୍ଜର କଳା ସଂସ୍କୃତି ଓ ଐତିହ୍ୟର ଏକ ଯୁଗ୍ମ ସମ୍ମିଳନୀର ଭରପୁର ମଜା ଉଠାଉଛନ୍ତି ଅଗଣିତ ଦର୍ଶକ । ଏନେଇ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୁବ ସୁନ୍ଦର ଆୟୋଜନ କରାଯାଇଛି । 

Advertisment

ମନ ମୋହୁଛି ମୟୂରଭଞ୍ଜର ଚୈତ୍ରପର୍ବ-୨୦୨୫ । ଖୋଲା ଆକାଶ ତଳେ ରଙ୍ଗ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ । ମୟୂରଭଞ୍ଜର ନୃତ୍ୟ ଛଉ ନୃତ୍ୟ ସହ ବିଭିନ୍ନ ରାଜ୍ୟର ଲୋକନୃତ୍ୟରେ ଦୁଲୁକିଛି ମଞ୍ଚ । ଓଡିଶୀ ନୃତ୍ୟ, ସମ୍ବଲପୁରର ଦୁଲଦୁଲି, କଳାହାଣ୍ଡିର ବଜଶାଲ ନୃତ୍ୟ, ମଣିପୁରର ଥାଙ୍ଗ-ଟା ନୃତ୍ୟ, ଆସାମର ବିହୁ ନୃତ୍ୟ ପରିବେଷଣ କରାଯାଉଛି। ଓଡ଼ିଆଙ୍କ ସଂସ୍କୃତି ଓ ହସ୍ତତନ୍ତ୍ରକୁ ନେଇ ରାମ୍ପୱାକ୍‌ କରାଯାଇଥିଲା। ତା ସାଙ୍ଗକୁ କଣ୍ଠଶିଳ୍ପୀଙ୍କ ଗୀତର ତାଳେତାଳେ ଝୁମିଥିଲେ ଦର୍ଶକ ।