ଦୀପାବଳିର ଧୁମ୍-ସବୁଠି ଉତ୍ସାହ, ସବୁଠି ଜମି ଆସିଲାଣି ପରିବେଶ

ଭାରତ ସହିତ ବିଦେଶରେ ମଧ୍ୟ ଉତ୍ସାହର ସହିତ ଦୀପାବଳି ଉତ୍ସବ ଆୟୋଜନ

ଜମି ଆସିଲାଣି ଦୀପାବଳି ପରିବେଶ

ଜମି ଆସିଲାଣି ଦୀପାବଳି ପରିବେଶ Photograph: (KanakNews)

କନକ ବ୍ୟୁରୋ:  ରାସ୍ତାଘାଟ, କେଠାବାଡ଼ି ସବୁକିଛି ରଙ୍ଗିନ ଆଲୋକରେ ସଜେଇ ହୋଇଛି। ଲୋକଙ୍କ ମଧ୍ୟରେ ବାରି ହୋଇ ପଡୁଛି ଉତ୍ସାହ। କେବଳ ପ୍ରବାସୀ ଭାରତୀୟ ନୁହନ୍ତି, ଦୁବାଇର ମୂଳ ବାସିନ୍ଦା ମଧ୍ୟ ଦୀପାବଳି ପାଳନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । କିଛି ସ୍ଥାନରେ ଦୀପାବଳି ପାଳନ ଆରମ୍ଭ ହୋଇଗଲାଣି । ଏହାକୁ ପ୍ରାକ୍ ଦୀପାବଳି ଉତ୍ସବ କୁହାଯାଉଛି । ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ, ପେନସିଲଭାନିଆ ଓ ଆଉ କିଛି ସ୍ଥାନରେ ଦୀପାବଳି ଦିନକୁ ସରକାରୀ ଛୁଟି ଘୋଷଣା କରାଯାଇଛି ।  ୱାସିଂଟନଠାରୁ ଆରମ୍ଭ କରି ଆମେରିକାର ବିଭିନ୍ନ ସହରରେ ପାଳନ କରାଯାଉଛି ପ୍ରାକ୍ ଦୀପାବଳି ଉତ୍ସବ ।

ସୋମବାର ଦୀପାବଳି ପାଇଁ ବିଶେଷ ଉତ୍ସବ ଆୟୋଜନ କରାଯାଇଛି । ଇଂଲଣ୍ଡରେ ମଧ୍ୟ ପାଳନ ହେଉଛି ଦୀପାବଳି। ଲଣ୍ଡନରେ ଆୟୋଜନ ହୋଇଛି ସ୍ୱତନ୍ତ୍ର ଉତ୍ସବ ।  ବିଦେଶରେ ଦୀପାବଳି ଆୟୋଜନରେ ସବଠାରୁ ଖୁସି ଅଛନ୍ତି ପ୍ରବାସୀ ଭାରତୀୟ । ହିନ୍ଦୁ ପର୍ବ ଦୀପାବଳି ଏହାର ସାଂସ୍କୃତିକ ସ୍ୱାତନ୍ତ୍ର୍ୟ ଲାଗି ବିଦେଶରେ ଆଦର ଲାଭ କରିଛି । ହିନ୍ଦୁ ଧର୍ମର ବିଶେଷ ପ୍ରଭାବ ଥିବା ନେପାଳ, ମରିସସ୍, ସିଙ୍ଗାପୁର ଏବଂ ଫିଜିରେ ପାରମ୍ପରିକ ଭାବେ ଆୟୋଜନ ହେଉଛି ଦୀପାବଳି। ମନ୍ଦିରରେ ସ୍ବତନ୍ତ୍ର ଉତ୍ସବ ସହ ଦୀପ ଓ ରଙ୍ଗିନ ଆଲୋକମାଳାରେ ଏବେ ସବୁଆଡ଼ ଶୋଭା ପାଉଛି । ଭାରତୀୟ ମିଠା ସହ ଭାରତୀୟ ଖାଦ୍ୟ ହେଉଛି ଦୀପାବଳିର ଅନ୍ୟତମ ଆକର୍ଷଣ । ଦୀପାବଳି ଏବେ ଭାରତର ସାମା ସରହଦ ଅତିକ୍ରମ କରି ବିଶ୍ବରେ ଆଦର ଲାଭ କରିଛି ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe