ରାତି ସାରା ଚାଲିଲା ବିଧାନସଭା ; ଭୋର ଯାଏଁ ଶାସକ ବିରୋଧୀ ବାକଯୁଦ୍ଧ

Advertisment

ସାରା ରାତି ଚାଲିଲା ବିଧାନସଭା।  ବିଶ୍ଵ ବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୪ ପାରିତ।  ଅପରାହ୍ଣ ୪ଟାରୁ ଭୋର ୪ଟା ୩୦ମିନିଟ ଯାଏଁ ଶାସକ-ବିରୋଧି ବାକଯୁଦ୍ଧ। କାଟ ଖାଇଲା ବିରୋଧୀଙ୍କ ସବୁ ସଂଶୋଧନ ପ୍ରସ୍ତାବ ।

ସାରା ରାତି ଚାଲିଲା ବିଧାନସଭା।  ବିଶ୍ଵ ବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୪ ପାରିତ।  ଅପରାହ୍ଣ ୪ଟାରୁ ଭୋର ୪ଟା ୩୦ମିନିଟ ଯାଏଁ ଶାସକ-ବିରୋଧି ବାକଯୁଦ୍ଧ। କାଟ ଖାଇଲା ବିରୋଧୀଙ୍କ ସବୁ ସଂଶୋଧନ ପ୍ରସ୍ତାବ ।

assembly-Odisha

assembly-Odisha Photograph: (KanakNews)

କନକ ବ୍ୟୁରୋ: ରାତି ସାରା ଚାଲିଲା ବିଧାନସଭା । ବିଧାନସଭାରେ ପାରିତ ହେଲା ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍ । ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ବିଲ ଆଗତ ହେବା ପରେ ଆରମ୍ଭ ହୋଇଥିଲା ଆଲୋଚନା । ଗୃହରେ ସାଢେ ୧୨ ଘଣ୍ଟା ଆଲୋଚନା ହୋଇଥିଲା । ଅପରାହ୍ଣ ୪ଟାରୁ ଭୋର ୪ଟା ୩୦ମିନିଟ ପର୍ଯ୍ୟନ୍ତ ଜୋରଦାର ବିତର୍କ ଆଲୋଚନା ହେଲା । ବିରୋଧୀ ଦଳ ବିଧାୟକମାନେ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବୀ କରୁଥିବା ବେଳେ ଶାସକ ଦଳର ବିଧାୟକମାନେ ବିଲ୍ ପାରିତ ହେବା ନେଇ ଯୁକ୍ତି ବାଢିଥିଲେ । ମୂଳ ବିଲରେ ମୋଟ ୧୮ ଟି କ୍ଲଜ୍ ଏବଂ ଗୋଟିଏ ଅନୁସୂଚୀ ରହିଥିବାବେଳେ, ବିରୋଧୀ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୪ରେ ୧୨ଟି କ୍ଲଜରେ ସଂଶୋଧନ ପ୍ରସ୍ତାବ ରଖିଥିଲେ । ପ୍ରତ୍ୟେକ ସଂଶୋଧନ ପ୍ରସ୍ତାବ ଉପରେ ବିରୋଧୀ ଦଳ ପକ୍ଷରୁ ଶଙ୍କା ଆଶଙ୍କା ପ୍ରକାଶ କରି ସରକାରଙ୍କୁ ସ୍ପଷ୍ଟୀକରଣ ମଗାଯାଇଥିଲା । ଏବଂ ସରକାରଙ୍କ ପକ୍ଷରୁ ଉତ୍ତର ଦିଆଯାଇଥିଲା । ପରିଶେଷରେ ବିରୋଧୀ ସଦସ୍ୟଙ୍କ ସମସ୍ତ ସଂଶୋଧନ ପ୍ରସ୍ତାବ କାଟ ଖାଇଥିଲା । ଅନ୍ୟପଟେ ଆଜି ସକାଳେ ବିଧାନସଭାରେ ଆଲୋଚନା ପରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍୨୦୨୫ ମଧ୍ୟ ପାରିତ ହୋଇଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe