ପେଟରୁ ବାହାରିଲା ତୀର ; ଅଢ଼େଇ ଘଣ୍ଟାର ଅପରେସନ୍ ପରେ ଡାକ୍ତରଙ୍କୁ ସଫଳତା

ଅଢ଼େଇ ଘଣ୍ଟାର ଅସ୍ତ୍ରୋପଚାର ପରେ ପେଟରୁ ବାହାରିଲା ତୀର । କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲରେ ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର । ଦିନକ ତଳେ ପଡ଼ୋଶୀଙ୍କ ତୀରମାଡ଼ର ଶିକାର ହୋଇଥିଲେ ଯୁବକ । ଅନ୍ତଃନଳୀରେ ୬ ଇଞ୍ଚ ଭିତରେ ପଶିଥିଲା ତୀର ।

9

କନକ ବ୍ୟୁରୋ: ଅଢ଼େଇ ଘଣ୍ଟାର ଅସ୍ତ୍ରୋପଚାର ପରେ ପେଟରୁ ବାହାରିଲା ତୀର । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ହୋଇଛି ଏଭଳି ସଫଳ ଅସ୍ତ୍ରୋପାଚାର । ମାଥିଲି ଥାନା ପାକନାଗୁଡା ଗାଁରେ ଜଣେ ମଦ୍ୟପଙ୍କ ତୀରମାଡ଼ର ଶିକାର ହୋଇଥିଲେ ଜଣେ ଯୁବକ  । ଘଟଣା ପରେ ତାଙ୍କୁ ତୁରନ୍ତ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା କରିଥିଲେ ଡାକ୍ତର । ପାଖାପାଖି ଅଢ଼େଇ ଘଣ୍ଟାର ଅସ୍ତ୍ରୋପଚାର ପରେ ପେଟରୁ ବାହାରିଲା ତୀର । ଅନ୍ତଃନଳୀ କାଟି ୬ ଇଞ୍ଚ ପେଟ ଭିତରେ ପଶିଥିଲା ତୀର  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe