କନକ ବ୍ୟୁରୋ: ଅଢ଼େଇ ଘଣ୍ଟାର ଅସ୍ତ୍ରୋପଚାର ପରେ ପେଟରୁ ବାହାରିଲା ତୀର । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ହୋଇଛି ଏଭଳି ସଫଳ ଅସ୍ତ୍ରୋପାଚାର । ମାଥିଲି ଥାନା ପାକନାଗୁଡା ଗାଁରେ ଜଣେ ମଦ୍ୟପଙ୍କ ତୀରମାଡ଼ର ଶିକାର ହୋଇଥିଲେ ଜଣେ ଯୁବକ । ଘଟଣା ପରେ ତାଙ୍କୁ ତୁରନ୍ତ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା କରିଥିଲେ ଡାକ୍ତର । ପାଖାପାଖି ଅଢ଼େଇ ଘଣ୍ଟାର ଅସ୍ତ୍ରୋପଚାର ପରେ ପେଟରୁ ବାହାରିଲା ତୀର । ଅନ୍ତଃନଳୀ କାଟି ୬ ଇଞ୍ଚ ପେଟ ଭିତରେ ପଶିଥିଲା ତୀର ।
ପେଟରୁ ବାହାରିଲା ତୀର ; ଅଢ଼େଇ ଘଣ୍ଟାର ଅପରେସନ୍ ପରେ ଡାକ୍ତରଙ୍କୁ ସଫଳତା
ଅଢ଼େଇ ଘଣ୍ଟାର ଅସ୍ତ୍ରୋପଚାର ପରେ ପେଟରୁ ବାହାରିଲା ତୀର । କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲରେ ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର । ଦିନକ ତଳେ ପଡ଼ୋଶୀଙ୍କ ତୀରମାଡ଼ର ଶିକାର ହୋଇଥିଲେ ଯୁବକ । ଅନ୍ତଃନଳୀରେ ୬ ଇଞ୍ଚ ଭିତରେ ପଶିଥିଲା ତୀର ।
/kanak/media/media_files/2025/09/10/9-2025-09-10-08-29-41.jpg)