କନକ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି । ପ୍ରତିରକ୍ଷା ମନ୍ତ୍ରାଳୟ ନିଜର ପୁରୁଣା ଚେତକ ଓ ଚିତା ହେଲିକପ୍ଟରକୁ ବଦଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ପ୍ରାୟ ୨୦୦ଟି ନୂଆ ହାଲୁକା ହେଲିକପ୍ଟର କିଣାଯିବ । ଏହି ହେଲିକପ୍ଟର ଗୁଡ଼ିକର ନାଁ ରହିଛି 'ରିକୋନାସେନ୍ସ' ଏବଂ 'ସର୍ଭିଲେନ୍ସ ହେଲିକପ୍ଟର' । ଏହି ହେଲିକପ୍ଟରଗୁଡ଼ିକ ଗୁଇନ୍ଦା ସୂଚନା ସଂଗ୍ରହ କରିବା ସହ ବାସ୍ତବ ସ୍ଥିତି ସୂଚନା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ହେଲିକପ୍ଟର ଉଭୟ ଭାରତୀୟ ସେନା ଓ ବାୟୁସେନା ପାଇଁ ରହିବ । ଭାରତୀୟ ବାୟୁସେନାକୁ ଦୀର୍ଘ ଦିନ ଧରି ସେବା ଯୋଗାଇ ଆସୁଛି ପୁରୁଣା ଚେତକ ଓ ଚିତା ହେଲିକପ୍ଟର । ପ୍ରସ୍ତାବିତ ଯୋଜନାରେ ଭାରତୀୟ ସେନାକୁ ୧୨୦ଟି ହେଲିକପ୍ଟର ଓ ବାୟୁସେନାକୁ ୮୦ଟି ହେଲିକପ୍ଟର ଯୋଗାଇ ଦିଆଯିବ । ବିଶେଷ କରି ସୀମାବର୍ତ୍ତୀ ଅଞ୍ଚଳରେ ସର୍ଭେଲାନ୍ସ, ରିକୋନାସେନ୍ସ ଏବଂ ତ୍ୱରିତ ପ୍ରତିକ୍ରିୟା ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଏଗୁଡ଼ିକର ବ୍ୟବହାର କରାଯିବ । ଏହି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ରିକ୍ୱେଷ୍ଟ ଫର ଇନଫର୍ମେସନ ବା ଆରଏଫଆଇ ଜାରି କରାଯାଇଛି । ଏବେ ଆସନ୍ତୁ ଜାଣିବା ହେଲିକପ୍ଟରର ବିଶେଷତ୍ବ ବାବଦରେ...
କେତେ ଶକ୍ତିଶାଳୀ ଏହି ହେଲିକପ୍ଟର?
ସୀମାବର୍ତ୍ତୀ ଅଞ୍ଚଳରେ ସର୍ଭିଲାନ୍ସ କରିବ
ସ୍ୱତନ୍ତ୍ର ମିଶନ କିମ୍ବା କୁଇକ୍ ରେସପନ୍ସ ଟିମକୁ ଘଟଣାସ୍ଥଳରେ ପହଞ୍ଚାଇବ
ଗ୍ରାଉଣ୍ଡ ମିଲିଟାରୀ ଅପରେସନରେ ସହାୟତା
ସୈନ୍ୟ ଓ ସରଞ୍ଜାମ ପରିବହନ କରିବ
ଆକ୍ରମଣାତ୍ମକ ହେଲିକପ୍ଟର ସହ ସ୍କାଉଟିଂ କରିବ
ସର୍ଚ୍ଚ ଓ ରେସ୍କ୍ୟୁ ସମେତ ଆହତଙ୍କୁ ସ୍ଥାନାନ୍ତର କରାଇବାରେ ସହାୟତା
ଜରୁରୀକାଳୀନ ପରିସ୍ଥିତିରେ ବେସାମରିକ ପ୍ରଶାସନକୁ ସହାୟତା ପ୍ରଦାନ କରିବା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/09/9-2025-08-09-08-20-07.jpg)