ମଣିପୁରରେ ସେନା ଗାଡ଼ି ଉପରକୁ ବଡ଼ ଆକ୍ରମଣ: ଜଣେ ଯବାନ ଗୁରୁତର ଆହତ

ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ଘଟିଛି ଏହି ଆକ୍ରମଣ ଘଟଣା । ଇମ୍ଫାଲରୁ ବିଷ୍ଣୁପୁର ଯାଉଥିଲେ ଯବାନ । ଏହି ଆକ୍ରମଣରେ ଜଣେ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । 

54

କନକ ବ୍ୟୁରୋ : ମଣିପୁରରୁ ଆସିଳା ଏକ ବଡ଼ ଖବର । ମଣିପୁରରେ ସେନା ଗାଡ଼ି ଉପରକୁ ହୋଇଛି ବଡ଼ ଧରଣର ଆକ୍ରମଣ । ଗାଡ଼ି ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତି ଅଜ୍ଞାତ ବନ୍ଧୁକଧାରୀ । ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ଘଟିଛି ଏହି ଆକ୍ରମଣ ଘଟଣା । ଇମ୍ଫାଲରୁ ବିଷ୍ଣୁପୁର ଯାଉଥିଲେ ଯବାନ । ଏହି ଆକ୍ରମଣରେ ଜଣେ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । 

ମଣିପୁରରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ସେନା ଗାଡ଼ି ଉପରକୁ ଉଗ୍ରବାଦୀଙ୍କ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି । କିନ୍ତୁ, ବର୍ତ୍ତମାନ ଘଟିଥିବା ଏହି ଘଟଣା ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇପାରିନି । ତଦନ୍ତ ପରେ ଘଟଣା ସାମ୍ନାକୁ ଆସିପାରେ ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe