କନକ ବ୍ୟୁରୋ : ମଣିପୁରରୁ ଆସିଳା ଏକ ବଡ଼ ଖବର । ମଣିପୁରରେ ସେନା ଗାଡ଼ି ଉପରକୁ ହୋଇଛି ବଡ଼ ଧରଣର ଆକ୍ରମଣ । ଗାଡ଼ି ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତି ଅଜ୍ଞାତ ବନ୍ଧୁକଧାରୀ । ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ଘଟିଛି ଏହି ଆକ୍ରମଣ ଘଟଣା । ଇମ୍ଫାଲରୁ ବିଷ୍ଣୁପୁର ଯାଉଥିଲେ ଯବାନ । ଏହି ଆକ୍ରମଣରେ ଜଣେ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।
ମଣିପୁରରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ସେନା ଗାଡ଼ି ଉପରକୁ ଉଗ୍ରବାଦୀଙ୍କ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି । କିନ୍ତୁ, ବର୍ତ୍ତମାନ ଘଟିଥିବା ଏହି ଘଟଣା ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇପାରିନି । ତଦନ୍ତ ପରେ ଘଟଣା ସାମ୍ନାକୁ ଆସିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/19/54-2025-09-19-19-53-01.jpg)