କନକ ବ୍ୟୁରୋ: ସେନାକୁ ଜରୁରୀ ଅସ୍ତ୍ରଶସ୍ତ୍ର କ୍ରୟ କ୍ଷମତା । ମିଳିବ ୪୦ହଜାର କୋଟିର ସହାୟତା । ଅପରେସନ ସିନ୍ଦୂର ମଧ୍ୟରେ ପ୍ରତିରକ୍ଷା ବାହିନୀକୁ ଅସ୍ତ୍ରଶସ୍ତ୍ର କ୍ରୟ କ୍ଷମତା ମିଳିଥିବା ଜଣାପଡ଼ିଛି । ଉଚ୍ଚସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଡିଏସି ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି । ସ୍ୱଳ୍ପ ଅବଧିର ‘ତୀବ୍ର ଯୁଦ୍ଧ’ ପାଇଁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଏବଂ ସାମରିକ ପ୍ଲାଟଫର୍ମ କ୍ରୟ କରିବାକୁ ସରକାର ସେନାକୁ ଏହି କ୍ଷମତା ଦେଇଛନ୍ତି । ଡୋକାଲାମରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଉତ୍ତେଜନା ଘଟଣା ଏବଂ ବର୍ତ୍ତମାନ ପାକିସ୍ତାନ ସହ ଯୁଦ୍ଧ ସ୍ଥିତିକୁ ଦେଖି ଏହି ପଦକ୍ଷେପ ନିଆଯାଇଛି । ଆବଶ୍ୟକ ପଡ଼ିଲେ ସେନାର ଉପମୁଖ୍ୟ ୧୦ ପ୍ରକାରର ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଏବଂ ଉପକରଣ ପାଇଁ ଗୋଳାବାରୁଦ ଏବଂ ଯନ୍ତ୍ରପାତି କ୍ରୟ କରିପାରିବେ ।
ସେନାକୁ ମିଳିଲା ଜରୁରୀ ଅସ୍ତ୍ରଶସ୍ତ୍ର କିଣିବାର କ୍ଷମତା: ୪୦ ହଜାର କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର
ସେନାକୁ ଜରୁରୀ ଅସ୍ତ୍ରଶସ୍ତ୍ର କ୍ରୟ କ୍ଷମତା । ମିଳିବ ୪୦ହଜାର କୋଟିର ସହାୟତା । ଅପରେସନ ସିନ୍ଦୂର ମଧ୍ୟରେ ପ୍ରତିରକ୍ଷା ବାହିନୀକୁ ଅସ୍ତ୍ରଶସ୍ତ୍ର କ୍ରୟ କ୍ଷମତା ମିଳିଥିବା ଜଣାପଡ଼ିଛି । ଉଚ୍ଚସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଡିଏସି ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି ।
/kanak/media/media_files/2025/05/18/Gx6v2hrB4GOCKGPLk5sU.jpg)