କନକ ବ୍ୟୁରୋ: ପୂରଣ ହେଲା ଦୀର୍ଘ ଦିନର ଦାବି । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ବାଲେଶ୍ୱରର କଶାଫଳ ବେଳାଭୂମୀ । ଏବେ ବେଳାଭୂମିରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରଶାସନର କ୍ଷେତ୍ର ପରିଦର୍ଶନ ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଲା କଶାଫଳ ବେଳାଭୂମି । ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ସହ ଭିତ୍ତିଭୂମିର ବିକାଶ ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ଏଥିପାଇଁ ବାଲେଶ୍ବର ଜିଲ୍ଲାପାଳ, ଜିଲ୍ଲା ପର୍ଯ୍ୟଟନ ବିଭାଗର ଅଧିକାରୀ ମିଶି କ୍ଷେତ୍ର ପରିଦର୍ଶନ କରିଛନ୍ତି । ଦୀର୍ଘ ଦିନର ଦାବିକୁ ପୂରଣ ହେଉଥିବାରୁ ପୂରା ବାଲେଶ୍ବରରେ ଖେଳିଯାଇଛି ଖୁସିର ଲହରୀ ।
ଆହୁରି ପଢ଼ନ୍ତୁ... ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ ; ଟିମ୍ ଇଣ୍ଡିଆ ପାଇଁ ଫିଟିଲା ବାଟ
ପ୍ରକୃତିର ଅପରୂପ ସୌନ୍ଦଯ୍ୟ ବାଲେଶ୍ୱରର କଶାଫଳ ବେଳାଭୂମି । ଏହାର ସୁବିସ୍ତୀର୍ଣ୍ଣ ବାଲୁକାଶଯ୍ୟା, ବିଶାଳ ଝାଉଁ ଜଙ୍ଗଲ, ନାଲି କଙ୍କଡାର ଲୁଚକାଳି ଖେଳ, ପର୍ଯ୍ୟଟକଙ୍କୁ ଟାଣି ଆଣେ । ଖାଲି ରାଜ୍ୟ ନୁହେଁ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ସହ ଅନେକ ସ୍ଥାନରୁ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି । ହେଲେ ବେଳାଭୂମିରେ ଯାତ୍ରୀ ନିବାସ, ଶୌଚାଳୟ ସହ ଗମନାଗମନର ସୁବିଧା ନଥିବାରୁ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ଏବେ ବେଳାଭୂମିର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ସ୍ଥାନୀୟ ମନରେ ନୂଆ ଆଶା ସଞ୍ଚାର କରିଛି । ଓଡ଼ିଶାର ଅନ୍ୟ ବେଳାଭୂମିର ପରି ଏଠାରେ ମଧ୍ୟ ସମସ୍ତ ସୁବିଧା ସୁଯୋଗ କରାଯିବ। ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/15/seabeach-2025-11-15-18-08-56.jpg)