ବୈଦିକର ବାର୍ଷିକ ୟୁଭାନା-୨୦୨୫ ଉଦଯାପିତ,  ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ମୁଖ୍ୟ ଅତିଥି

Advertisment

ବାର୍ଷିକଉତ୍ସଵ ୟୁଭାନା-୨୦୨୫ ଅତି ଆଡମ୍ବରର ସହିତ ପାଳିତ ହୋଇଯାଇଛି ।

ବାର୍ଷିକଉତ୍ସଵ ୟୁଭାନା-୨୦୨୫ ଅତି ଆଡମ୍ବରର ସହିତ ପାଳିତ ହୋଇଯାଇଛି ।

Yuvana-2025

Yuvana-2025 Photograph: (kanaknews)

କନକ ବ୍ୟୁରୋ: ବୈଦିକ ଇଣ୍ଟରନେସନାଲ ସ୍କୁଲ, ପାଵପାଲି, ଶାସନରେ ବୈଦିକର ବାର୍ଷିକଉତ୍ସଵ ୟୁଭାନା-୨୦୨୫ ଅତି ଆଡମ୍ବରର ସହିତ ପାଳିତ ହୋଇଯାଇଛି । ଏହି ସମାରୋହରେ ଉତ୍ତରାଞ୍ଚଳ ଆଇଜି ଶ୍ରୀ ହିମାଂଶୁ କୁମାର ଲାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଧୁନିକ ଯୁଗର ଛାତ୍ରଛାତ୍ରୀ ମାନଙ୍କ ସହିତ ତାଙ୍କ ଅଭିଭାବକ ମାନଙ୍କ ପ୍ରତିଦିନର ଵ୍ୟଵହାର ତଥା ସେମାନଙ୍କୁ ସମୟ ଦେବାପାଇଁ କହିଥିଲେ । ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଉପ-କୁଳାଧିପତି ପ୍ର.ଫେ. ଦୀପକ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନୂତନ ପିଢ଼ିର ଛାତ୍ରୀଛାତ୍ରୀ ମାନେ ପାଠପଢା ସହ ନିଜ ସ୍ୱାସ୍ଥ୍ୟପ୍ରତି ଯତ୍ନଶୀଳ ହେବେ ଓ ତାଙ୍କ ସଫଳତାରେ ଜଣେ ଗୁରୁ ତଥା ଅଭିଭାବକ ମାନେ ଖୁସି ହୁଅନ୍ତି  ସେ ବିଷୟରେ କହିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ କୃତିତ୍ୱ ପାଇଁ ଖୁସିବ୍ୟକ୍ତ ହୋଇଥିଲେ  ।

ଏ ବାର୍ଷିକଉତ୍ସବରେ ବିଭିନ୍ନ ପ୍ରତିଯୋଗିତରେ କୃତକାର୍ଯ୍ୟ ହୋଇଥିବା  ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଅନୁଷ୍ଠାନର ଚେୟାରମେନ ଶ୍ରୀଯୁକ୍ତ ଆନନ୍ଦ ଅଗ୍ରୱାଲ ତାଙ୍କ ଭାଷଣରେ କଠିନ ପରିଶ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ କିପରି ସଫଳତା ପାଇପାରିବେ ଓ ତାଙ୍କ ସଫଳତା ପାଇଁ ଅଭିଭାବକ ଓ ସ୍କୁଲର କଣ ଯୋଗଦାନ ରହିବା କଥା ତଥା ବୈଦିକ କିପରି ନୂତନ ପିଢ଼ିର ଛାତ୍ରୀଛାତ୍ରୀ ମାନଙ୍କ ପାଇଁ ସଂକଳ୍ପବଦ୍ଧ ସେ ବିଷୟରେ କହିଥିଲେ ।  ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅତି ଉଚ୍ଚକୋଟୀର ଗୀତ ବାଦ୍ୟ ନୃତ୍ୟ ପରିବେଷଣ ହୋଇଥିଲା ଏବଂ ଅଧ୍ୟକ୍ଷ ଶ୍ରୀମତୀ ଗୀତା ଧର୍ମରାଜନ ବିଦ୍ୟାଳୟର ବାର୍ଷିକ ସୂଚନା ପ୍ରଦାନ କରିଥିଲେ ଶେଷରେ ଉପ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋନେନ ଈଶ୍ୱରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe