Photograph: (KANAKNEWS)
କନକବ୍ୟୁରୋ : ଚର୍ଚ୍ଚାରେ ବୁଲା ଷଣ୍ଢଙ୍କ ଅନ୍ନଦାତା, ଆଶ୍ରୟଦାତା, ଦେବଦୂତ । ଗୋଟେ ଯୋଡ଼େ ନୁହେଁ କି ଦୁଇ ଚାରୋଟି ନୁହେଁ । ୧୩୮ଟି ବୁଲା ଷଣ୍ଢଙ୍କୁ ଆଶ୍ରୟ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଡଙ୍ଗରପଡ଼ାର ଚିତ୍ତରଞ୍ଜନ ପାଇକରାୟ । ଲୋକେ ଘରେ ଗାଈ-ବଳଦ ପାଳନ୍ତି, ଛେଳି-କୁକୁଡ଼ା ପାଳନ୍ତି । କେହି କେହି ମଇଁଷି ବି ପାଳନ୍ତି ।
ଅଧିକ ପଢନ୍ତୁ... ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚାଲିଛି କଳାକାର ଖୋଜା
ହେଲେ ଷଣ୍ଢ, ଯାହାକୁ ଦେଖିଲେ ଲୋକଙ୍କ ମନରେ ଭୟ ଆସେ, ଷଣ୍ଢ ଲଢ଼େଇ ଲାଗିଲେ ଲୋକେ ସେ ସ୍ଥାନ ଛାଡ଼ି ଦୂରକୁ ପଳାନ୍ତି । ସେଭଳି ଶତାଧିକ ବୁଲା ଷଣ୍ଢଙ୍କୁ ନିଜ ଫାର୍ମରେ ଲାଳନପାଳନ କରୁଛନ୍ତି ଚିତ୍ତରଞ୍ଜନ । ଆଶ୍ଚର୍ଯ୍ୟଜନକ ଭାବେ ଷଣ୍ଢମାନେ ବି ଉତ୍ପାତ ନକରି, ଶାନ୍ତଶିଷ୍ଟ ଗୃହପାଳିତ ପଶୁଙ୍କ ଭଳି ସେଠାରେ ରହୁଛନ୍ତି । କଥା ଟି ଅଡ଼ୁଆ ଲାଗୁଥିଲେ ବି ସତ । ୧୩୮ଟି ବୁଲା ଷଣ୍ଢଙ୍କୁ ନିଜ ଫାର୍ମରେ ଆଶ୍ରୟ ଦେଇ ଚର୍ଚ୍ଚାରେ ଚିତ୍ତରଞ୍ଜନ ।
ଅଧିକ ପଢନ୍ତୁ .. ଉପାନ୍ତ ଅଞ୍ଚଳରେ ମାଆଙ୍କୁ ସମ୍ମାନ ଦେବାକୁ ନିଆରା ପ୍ରୟାସ
ସୂଚନା ଅନୁସାରେ, ଦିନେ ଚାକିରି କରିବାର ଲକ୍ଷ୍ୟ ନେଇ ସେ ଭୁବନେଶ୍ୱର ଯାଇଥିଲେ । ହେଲେ ସେଠାରୁ ଷଣ୍ଢ ପାଳିବା ଦାୟିତ୍ୱ ଆଣି ଗାଁକୁ ଫେରିଥିଲେ । ଏହି ସେବାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବା ସେ କହିଛନ୍ତି । ହେଲେ ମନରେ ତିଳେ ବି ଦୁଃଖ ନାହିଁ । ବରଂ ବୃଷଭଙ୍କ ସେବା କରି ସେ ଆନନ୍ଦ ପାଉଥିବା କୁହନ୍ତି । ହକି ବିଶ୍ୱ କପ୍ ପାଇଁ ଷଣ୍ଢମୁକ୍ତ ରାଜଧାନୀ କରିବା ଦିଗରେ ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ସହାୟତା କରିଛନ୍ତି ଚିତ୍ତରଂଜନ । ରାଜଧାନୀର ସବୁ ଷଣ୍ଢଙ୍କୁ ବିଏମ୍ସି ଚିତ୍ତରଞ୍ଜନଙ୍କ ପାଖକୁ ପଠାଇ ଦେଉଛି ।
ବାହାରେ ଅମାନିଆ, ଦୁଦର୍ଷ ହୋଇ ବୁଲୁଥିବା ମାରଣା ଷଣ୍ଢ ଚିତ୍ତଙ୍କ ଫାର୍ମକୁ ଆସି ବନିଯାଉଛି ଶାନ୍ତଶିଷ୍ଟ । ନିଜ ମାଆଙ୍କ ନାଁ ଅନୁସାରେ ସୁଷମା ଗୋ-ସେବାଶ୍ରମ କରି, ସେଠାରେ ୧୫ ଜଣ ସେବକଙ୍କୁ ସେ ନିୟୋଜିତ କରିଛନ୍ତି । ସେମାନେ ଷଣ୍ଢଙ୍କ ଯତ୍ନ ନେଉଛନ୍ତ । ଲାଭ ନୁହେଁ ସେବା କରିବାର ଇଚ୍ଛା ତାଙ୍କୁ ବୁଲୁଥିବା ଏହି ଷଣ୍ଢଙ୍କ ପ୍ରତି ଆକୃଷ୍ଟ କଲା । କେହି ପଚାରୁନ ଥିବା ଏହି ପଶୁଙ୍କ ଅନ୍ନଦାତା ଓ ସେବକ ବନିଲେ ବୋଲି କହିଛନ୍ତି ଚିତ୍ତରଞ୍ଜନ
Follow Us