କନକ ବ୍ୟୁରୋ: ରାଜ୍ୟର ଆଧ୍ୟାତ୍ମିକ ନଗରୀ ଶ୍ରୀକ୍ଷେତ୍ରକୁ ଆକାଶ ପଥରେ ଯୋଡ଼ିବାକୁ ପୂର୍ବ ସରକାର ଘୋଷଣା କରିଥିଲେ। ଆଉ କେନ୍ଦ୍ରର ସହଯୋଗ ମାଗିଥିଲେ। ହେଲେ ବର୍ଷ ପରେ ବର୍ଷ ବିତିଥିଲେ ବି ଆଗକୁ ବଢ଼ିନଥିଲା ଫାଇଲ। ଏସବୁ ଭିତରେ ପୁରୀ ବିମାନ ବନ୍ଦରର ପ୍ରାକ ପ୍ରସ୍ତୁତିର ସମୀକ୍ଷା କରି ଖୁବ ଶୀଘ୍ର ନିର୍ମାଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ଆଧ୍ୟାତ୍ମିକ ନଗରୀ ଶ୍ରୀକ୍ଷେତ୍ରକୁ ଆକାଶ ପଥରେ ଯୋଡ଼ିବାକୁ ପୂର୍ବ ସରକାର ଘୋଷଣା କରିଥିଲେ । ଆଉ କେନ୍ଦ୍ରର ସହଯୋଗ ମାଗିଥିଲେ । ହେଲେ ବର୍ଷ ପରେ ବର୍ଷ ବିତିଥିଲେ ବି ଆଗକୁ ବଢ଼ିନଥିଲା ଫାଇଲ । ଏସବୁ ଭିତରେ ପୁରୀ ବିମାନ ବନ୍ଦରର ପ୍ରାକ ପ୍ରସ୍ତୁତିର ସମୀକ୍ଷା କରି ଖୁବ ଶୀଘ୍ର ନିର୍ମାଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ପ୍ରତ୍ୟେକ ଦିନ ଶ୍ରୀକ୍ଷେତ୍ରକୁ ଦେଶ ବିଦେଶରୁ ଆସୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଦର୍ଶନରେ ବାଧକ ସାଜୁଛି ଗମାନଗମନ । ଯାହାକୁ ଲକ୍ଷ୍ୟ କରି ପୂର୍ବ ସରକାର ୨୦୨୧ ଜାନୁଆରୀରେ ଅଣ୍ଟା ଭିଡ଼ିଥିଲେ ଅନ୍ତର୍ଜାତୀୟ ବିମାନ ବନ୍ଦର କରିବାକୁ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାରମ୍ୱାର ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ। କିନ୍ତୁ ପାଦେ ଆଗେଇ ପାରିନଥିଲା ପ୍ରକଳ୍ପ । ଏହାରି ଭିତରେ ସରକାର ବଦଳିଛି ଆଉ ନୂଆ ସରକାର ପ୍ରକଳ୍ପକୁ ଆଗେଇନେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁରା ଟିମ ସହିତ ସମୀକ୍ଷ କରିଛନ୍ତି । ସମୀକ୍ଷା ବୈଠକରେ ଶୀଘ୍ର ପ୍ରକଳ୍ପ କାମ ଆରମ୍ଭ କରିବାକୁ ଆଲୋଚନା ହୋଇଛି ।
ଜଗତସିହଂପୁର ଜିଲ୍ଲା ପାରାଦୀପରେ ହେବ ନୂଆ ଏୟାରପୋର୍ଟ । ଗ୍ରୀନଫିଲଡ ବିମାନ ବନ୍ଦର ପାଇଁ ଯୋଜନା କରୁଛନ୍ତି ସରକାର। ସେହିପରି ୧୫ଟି ଜିଲ୍ଲାରେ ହେଲିପୋର୍ଟ ନିର୍ମାଣ ହେବ। ଏହାଦ୍ୱାର ଯୋଗାଯୋଗ ସୁଗମ ହୋଇପାରିବ । ଏହାଛଡ଼ା ଜୟପୁର, ଦାଣ୍ଡବୋଷ, ରଙ୍ଗେଇଲୁଣ୍ଡା, ଗୋତମା, ରାଇସୁଆଁ, ତୁଷରା, ମାଲକାନଗିରି, ଅମର୍ଦା, ଉତ୍କେଲା ବିମାନ ବନ୍ଦରର ଉନ୍ନତିକରଣ କରାଯିବ। ପୁରୀ ଏୟାରପୋର୍ଟ ପାଇଁ ଅନେକ ପ୍ରତିବନ୍ଧକ ରହିଛି। ବଡ଼ ବାଧକ ସାଜିଛି ପରିବେଶ ମଞ୍ଜୁରୀ । କିଛି ଦିନ ତଳେ ବିମାନ ବନ୍ଦର ଅଞ୍ଚଳ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗାମୀ ଦିନରେ ଜଣାପଡ଼ିବ ଶ୍ରୀକ୍ଷେତ୍ରକୁ ଆକାଶ ପଥରେ ଯୋଡ଼ିବା ନେଇ ସରକାରଙ୍କ ସ୍ୱପ୍ନ ସାକାର ହେବ ନା ସମୟ ଗଡ଼ି ଚାଲିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/02/UJ6Eoyw9EC9FilLc1uTG.jpg)