କନକ ବ୍ୟୁରୋ: ଭୁବନେଶ୍ବରରୁ ସିଧା ଆବୁଧାବିକୁ ଉଡ଼ିବ ବିମାନ । ଓଡ଼ିଶାରୁ ୟୁଏଇ ଯାଉଥିବା ଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବିମାନ ସେବା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିମାନସେବାର ଶୁଭାରମ୍ଭ କରିଛନ୍ତି ।
ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ସକାଳ ୯ଟା ୩୫ ସମୟରେ ବିମାନ ଉଡ଼ାଣ ଆରମ୍ଭ କରିଥିଲା । ଗତ ୧୩ ବର୍ଷ ଧରି ସଂଯୁକ୍ତ ଆରବ ଏମିରେଟ୍ସରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ପ୍ରିୟଦର୍ଶୀ ପାଣିଗ୍ରାହୀ ଅବୁଧାବି ଓ ଭୁବନେଶ୍ୱର ମଧ୍ୟରେ ପ୍ରଥମ ସିଧା ଉଡ଼ାଣରେ ଯାତ୍ରା କରିଛନ୍ତି । ନୂଆ ବିମାନ ଉଡ଼ିବା ଦ୍ବାରା ଯୋଗାଯୋଗ ସ୍ଥାପନ ସହ ବ୍ୟବସାୟିକ ସମ୍ପର୍କ ଆଶା ବଢ଼ିଛି । ସଂଯୁକ୍ତ ଆରବ ଏମିରେଟ୍ସରେ ସହ ସିଧାସଳଖ ବିମାନ ସେବା ଯୋଡ଼ି ହେବା ପରେ ଏବେ ନୂଆ ସମ୍ଭାବନା ଯୋଡ଼ି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/12/y0evmpqE1wi4dzWcWFAk.jpg)