କନକବ୍ୟୁରୋ : ଦିଲ୍ଲୀ ବାୟୁରେ ବିଷ। ଅଣନିଶ୍ବାସୀ ହୋଇ ପଡିଲେଣି ଦିଲ୍ଲୀ ବାସୀ । ଘରୁ ବାହାରିଲେ ନାକ, ଗଳା ପୋଡିବା ସହ ନିଶ୍ବାସ ନେବାରେ ହେଉଛି ସମସ୍ୟା । ଆଜି ବି ଦିଲ୍ଲୀ ବାୟୁର ମାନ ସାରା ବିଶ୍ବରେ ସବୁଠାରୁ ଖରାପ ରହିଛି । ଆଜି ସକାଳୁ ଆନନ୍ଦ ବିହାର ଅଞ୍ଚଳରେ ଥିବା ଏୟାର କ୍ବାଲିଟି ଇଣ୍ଡେକ୍ସ ବୋର୍ଡରେ ବାୟୁର ମାନ ୫୩୨ ରହିଛି । ଯାହା ଅତି ଶୋଚନୀୟ ।
କେବଳ ସେତିକି ନୁହେଁ ଉତ୍ତର ଭାୟର ୪ଟି ପ୍ରମୁଖ ସହରରେ ବାୟୁର ମାନ ଆଜି ସକାଳୁ ୩ଶହ ଉପରେ ରହିଛି । ଦୀପାବଳି ବାଣ ଫୁଟା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଆହୁରି ଖରାପ ହୋଇ ଯାଇଛି । ଏହାସହ ପଡ଼ୋଶୀ ହରିୟାଣା ପଂଜାବ ସୀମାରେ ଚାଷୀମାନେ ନଡ଼ା ଜାଳିବା ଦ୍ବାରା ଏହାର ପ୍ରଭାବ ଦିଲ୍ଲୀ ବାୟୁରେ ପଡୁଛି ।