ବିଷ ପାଲଟିଲାଣି ରାଜଧାନୀର ବାୟୁ, ଖଣ୍ଡଗିରିରେ ବାୟୁ ଗୁଣବତ୍ତା ସୂଚକାଙ୍କ ମାନ ୩୬୬

Advertisment

୩୦୦ ଟପୁଛି ବାୟୁ ଗୁଣବତ୍ତା ସୂଚକାଙ୍କ ମାନ । ଦୁଇ ସପ୍ତାହ ଧରି ବଢ଼ି ବଢ଼ି ଚାଲିଛି ବାୟୁ ପ୍ରଦୂଷଣ

୩୦୦ ଟପୁଛି ବାୟୁ ଗୁଣବତ୍ତା ସୂଚକାଙ୍କ ମାନ । ଦୁଇ ସପ୍ତାହ ଧରି ବଢ଼ି ବଢ଼ି ଚାଲିଛି ବାୟୁ ପ୍ରଦୂଷଣ

Bhubaneswar pollution

Bhubaneswar pollution Photograph: (KanakNews)

କନକ ବ୍ୟୁରୋ:  ବିଷ ପାଲଟିଲାଣି ରାଜଧାନୀର ବାୟୁ । ଗତକାଲି ଅପରାହ୍ଣ ୨ଟା ୫୬ରେ ଖଣ୍ଡଗିରିରେ ବାୟୁ ଗୁଣବତ୍ତା ସୂଚକାଙ୍କ ମାନ ବା ଏକ୍ୟୁଆଇ- ୩୬୬ରେ ପହଞ୍ଚିଥିଲା । ରିଜିଓନାଲ ପ୍ଲାଣ୍ଟ୍‌ ସେଣ୍ଟର୍‌ ଅଞ୍ଚଳରେ ୩୨୯, ଲିଙ୍ଗରାଜ ମନ୍ଦିର ନିକଟରେ ୩୪୮, ମାଷ୍ଟର୍‌କ୍ୟାଣ୍ଟିନ୍‌ ଛକରେ ୩୨୬, ରବୀନ୍ଦ୍ରମଣ୍ଡପ ଛକରେ ବାୟୁର ଏକ୍ୟୁଆଇ ୩୨୧ ରହିଥିଲା । ଅର୍ଥାତ୍‌ ଅପରାହ୍ଣ ବେଳକୁ ରାଜଧାନୀର ବାୟୁମଣ୍ଡଳରେ କେବଳ ବିଷ ହିଁ ଭରିରହିଥିଲା । ଯୁଆଡ଼େ ଚାହିଁଲେ ଖାଲି ଧୂଆଁ ଧୂଆଁ ପରିବେଶ ଦେଖିବାକୁ ମିଳୁଥିଲା । ଅତ୍ୟନ୍ତ ଖରାପ ସ୍ତର ଦେଇ ବାୟୁମଣ୍ଡଳ ଗତି କରୁଥିବାରୁ ବାହ୍ୟ କାର୍ଯ୍ୟକଳାପ ଠାରୁ ଦୂରେଇ ରହିବାକୁ ରାଜଧାନୀବାସୀଙ୍କୁ ପରାମର୍ଶ ଦିଆଯାଇଥିଲା ।

ଅଧିକ ପଢନ୍ତୁ; ସହରର ପ୍ରଦୁଷଣ ନିୟନ୍ତ୍ରଣ ପାଇଁ ଢାଲ ହୋଇଛି ରାସ୍ତାକଡ଼ରେ ଥିବା ପାହାଡ଼ : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ମହାବିନାୟକ ମନ୍ଦିର

ଏକ୍ୟୁଆଇ ସମ୍ପର୍କରେ ବିଭିନ୍ନ ଛକରେ ଲଗାଯାଇଥିବା ଡିଜିଟାଲ ବୋର୍ଡରେ ଏନେଇ ବାରମ୍ବାର ଉଲ୍ଲେଖ କରାଯିବାରୁ ସହରବାସୀ ଚିନ୍ତିତ ହୋଇପଡ଼ିଛନ୍ତି । ଦିନେ କି ଦୁଇଦିନ ନୁହେଁ, ବରଂ ଦୁଇ ସପ୍ତାହ ହେଲା ସହରର ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥିଲେ ମଧ୍ୟ ରୋକିବା ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍ଥିତି ଉପରେ କୌଣସି ପ୍ରକାର ସମୀକ୍ଷା କରି ନାହିଁ କିମ୍ବା ସ୍ଥାନୀୟ ପ୍ରଶାସନ ସକ୍ରିୟ ହୋଇନାହାନ୍ତି । ବରଂ ସମସ୍ତେ ନିଜ ନିଜ ବାଟରେ ରହିବା ସହ ଲୋକଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଇଛନ୍ତି ।

ଭୁବନେଶ୍ବର ଆକାଶରେ ବିଷ ବାୟୁ !  
ବିଷ ପାଲଟିଲାଣି ରାଜଧାନୀ ଭୁବନେଶ୍ବରର ବାୟୁ !
୩୦୦ ଟପୁଛି ବାୟୁ ଗୁଣବତ୍ତା ସୂଚକାଙ୍କ ମାନ
ଦୁଇ ସପ୍ତାହ ଧରି ବଢ଼ି ବଢ଼ି ଚାଲିଛି ବାୟୁ ପ୍ରଦୂଷଣ
ଆଗାମୀ ଦିନରେ ଦିଲ୍ଲୀ ଭଳି ସ୍ଥିତି ଉପୁଜିନା ଆଶଙ୍କା
ଗତକାଲି ଅପରାହ୍ଣରେ ଖଣ୍ଡଗିରିରେ ଏକ୍ୟୁଆଇ- ୩୬୬ରେ ପହଞ୍ଚିଥିଲା 
ଲିଙ୍ଗରାଜ ମନ୍ଦିର ନିକଟରେ ଏକ୍ୟୁଆଇ-୩୪୮ ଥିଲା
ରବୀନ୍ଦ୍ରମଣ୍ଡପ ଛକରେ ବାୟୁର ଏକ୍ୟୁଆଇ ୩୨୧ ରହିଥିଲା
ଏକ୍ୟୁଆଇ ୩୦୦ ଟପିଲେ ଅତି ସାଂଘାତିକ ଭଳି ସ୍ଥିତି
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe