ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବାକୁ ଆକ୍ସନରେ ପ୍ରଶାସନ । ହେଲେ ଖୋଦ୍ ଖଣିମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଚାଲିଛି ପଥର ଓ ମୋରମ ଲୁଟ୍

ଅଭିଯୋଗ ଅନୁସାରେ, ଗଞ୍ଜୁ ଓ ଆରୁଆପଲ୍ଲୀ ଗ୍ରାମରେ ଦୀର୍ଘ ୩ ମାସ ହେଲା ବେଆଇନଭାବେ  ଚୋରା ପଥର  ଓ ମୋରମ ଚୋରା ଚାଲାଣ ହେଉଛି ।  ମାଫିଆମାନେ ବଡ ବଡ ପାହାଡକୁ ଟାର୍ଗେଟ କରୁଛନ୍ତି  । ଏହି ଅଂଚଳରୁ କିଏ  ଓ କାହାର ଅନୁମତି ନେଇ ପଥର ଓ ମୋରମ ଚାଲାଣ କରୁଛି ତାର ଉତ୍ତର କାହା ପାଖରେ ନାହିଁ ।

òKþòKþqò

òKþqòKþqòþZ

କନକ ବ୍ୟୁରୋ : ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ନିଜ ନିର୍ବାଚନମଣ୍ଡଳୀ ରଙ୍ଗେଇଲୁଣ୍ଡା ଅଂଚଳରୁ ବେଧଡକ ଚାଲିଛି ପଥର ଓ ମୋରମ ଚାଲାଣ । ମଙ୍ଗଳବାର ରାତିରେ  ଏଭଳି ମୋରମ ଚାଲାଣକୁ  ନେଇ ଉତକ୍ଷିପ୍ତ ଗାଁ ଲୋକେ  ଦୁଇଟି ଗାଡି ସହ ଡ୍ରାଇଭରକୁ ଅଟକ ରଖିଥିଲେ । ଗାଁ ଲୋକେ ଡ୍ରାଇଭର ଓ ଚୋରାଚାଲଣକାରୀଙ୍କୁ ଧରିବା ପରେ  ମନ୍ତ୍ରୀଙ୍କ ନାଁ କହି ଖସିଯିବାକୁ ଉଦ୍ୟମ  କରିଥିଲେ । କିନ୍ତୁ ଗାଁଲୋକ ଛାଡିନଥିଲେ । ପରେ ଖଣି ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟି ଜବତ କରିବା ସହ ଗୋପାଳପୁର ଥାନା ପୋଲିସ ଜିମାରେ  ଦେଇଥିବା ଜଣା ପଡ଼ିଛି। ଘଟଣା ନେଇ ଗାଁ ଲୋକେ ଉତକ୍ଷିପ୍ତ ହୋଇଥିବାବେଳେ ମୋରମ  ନେଉଥିବା ଠିକା ସଂସ୍ଥାର କର୍ମଚାରୀ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

ଅଭିଯୋଗ ଅନୁସାରେ, ଗଞ୍ଜୁ ଓ ଆରୁଆପଲ୍ଲୀ ଗ୍ରାମରେ ଦୀର୍ଘ ୩ ମାସ ହେଲା ବେଆଇନଭାବେ  ଚୋରା ପଥର  ଓ ମୋରମ ଚୋରା ଚାଲାଣ ହେଉଛି ।  ମାଫିଆମାନେ ବଡ ବଡ ପାହାଡକୁ ଟାର୍ଗେଟ କରୁଛନ୍ତି  । ଏହି ଅଂଚଳରୁ କିଏ  ଓ କାହାର ଅନୁମତି ନେଇ ପଥର ଓ ମୋରମ ଚାଲାଣ କରୁଛି ତାର ଉତ୍ତର କାହା ପାଖରେ ନାହିଁ ।

 ପ୍ରଶ୍ନ ଉଠୁଛି
-କାହା ଅନୁମତିରେ ବେଆଇନ ଲଘୁ ଖଣିଜ ଲୁଟ୍‌ ଚାଲିଛି?
-ମନ୍ତ୍ରୀଙ୍କ ନାଁ କହି ଖସି ଯିବାକୁ ଉଦ୍ୟମ କରିବାକୁ ସାହସ କେମିତି କରୁଛନ୍ତି?
ନିକଟରେ ଖୋଦ୍ ଖଣିମନ୍ତ୍ରୀ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ଚାଲାଣକୁ ଧରିଥିଲେ। ଏପରିକି ପୋଲିସ  ଡିଜିଙ୍କ ନିର୍ଦ୍ଦେଶରେ ବାଲି ଓ ପଥର ଚୋରା ଚାଲାଣ ଉପରେ ଚଢାଉକୁ ଜୋରଦାର କରିଛି ପୋଲିସ। ତଥାପି ଖୋଦ ଖଣିମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀରେ ବେଧଡକ ମୋରମ ଓ ପଥର ଚାଲାଣ ହେବା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe