ହଇଜା ଭୟରେ କଣାସରେ ସାମୁହିକ ଭୋଜି ବନ୍ଦ କଲା ପ୍ରଶାସନ । ହଇଜାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଭେଟିଲେ ବିରୋଧୀଦଳର ପ୍ରତିନିଧି

Advertisment

କଣାସ ଅଞ୍ଚଳରେ ହଇଜା ବ୍ୟାପିଚାଲିଥିବା ବେଳେ ଏହାକୁ ନେଇ ରାଜନୀତି ତେଜିଛି। ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଣାସରେ ଝାଡାବାନ୍ତିରେ ଆକ୍ରାନ୍ତ ପଞ୍ଚାୟତକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ହଇଜାରେ ପ୍ରାଣ ହରାଇଥିବା ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ବିଜେଡି ପ୍ରତିନିଧି ଦଳ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ବରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଆକ୍ରାନ୍ତଙ୍କ ପରିବାରକୁ ଭେଟିଛନ୍ତି। ଝାଡାବାନ୍ତି ସଂକ୍ରମଣ ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ। ଅନ୍ୟପଟେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ମୋହନ ସରକାରଙ୍କ ମନ୍ତ୍ରୀ । 

କନକ ବ୍ୟୁରୋ : କଣାସରେ ହଇଜା ପାଇଁ ଅଧାରେ ରହିଗଲା ଭୋଜି । ପନିପରିବା କଟା ସରିଥିଲା, ଚୁଲାରେ ହଣ୍ଡା ବି ବସି ସାରିଥିଲା । କଣାସ ଜାମଳ ଗଦା ଗାଁରେ ମନ୍ଦିର ପ୍ରତିଷ୍ଠା ଅବସରର ଭୋଜି ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ଖବର ପାଇ ଗଡ଼ିଶାଗଦା ଥାନା ଅଧିକାରୀ ଓ ଜାମଳଗଦା ସରପଞ୍ଚ ଗାଁ ଲୋକଙ୍କ ସହ ଆଲୋଚନା କରି ଭୋଜି ବନ୍ଦ କରାଇଛନ୍ତି । ପୂର୍ବରୁ ଦୋକନ୍ଦା ଓ ନଈକୂଳପାଟଣା ଗାଁରେ ଲୋକଙ୍କୁ ବୁଝାସୁଝା କରି ବିବାହ ଭୋଜି ବନ୍ଦ କରିଥିଲା ପ୍ରଶାସନ । ଏବେ ଝାଡାବାନ୍ତିରେ କଣାସ ବ୍ଲକର ଅନେକ ଗାଁ ଆକ୍ରାନ୍ତ ହୋଇଛି । ତେଣୁ ସାମୁହିକ ଭୋଜିରୁ ଲୋକଙ୍କୁ ବାରଣ କରୁଛି ଜିଲ୍ଲା ପ୍ରଶାସନ ।

କଣାସ ଅଞ୍ଚଳରେ ହଇଜା ବ୍ୟାପିଚାଲିଥିବା ବେଳେ ଏହାକୁ ନେଇ ରାଜନୀତି ତେଜିଛି। ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଣାସରେ ଝାଡାବାନ୍ତିରେ ଆକ୍ରାନ୍ତ ପଞ୍ଚାୟତକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ହଇଜାରେ ପ୍ରାଣ ହରାଇଥିବା ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ବିଜେଡି ପ୍ରତିନିଧି ଦଳ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ବରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଆକ୍ରାନ୍ତଙ୍କ ପରିବାରକୁ ଭେଟିଛନ୍ତି। ଝାଡାବାନ୍ତି ସଂକ୍ରମଣ ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ। ଅନ୍ୟପଟେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ମୋହନ ସରକାରଙ୍କ ମନ୍ତ୍ରୀ । 

କଣାସର ୪ଟି ପଂଚାୟତରେ ଏବେ ହଇଜା ବ୍ୟାପିବାରେ ଲାଗିଛି। ଡାକ୍ତରୀ ଦଳ ପହଂଚି ନମୁନା ସଂଗ୍ରହ କରିଛନ୍ତି, ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। କିନ୍ତୁ ବିଡମ୍ବନାର ବିଷୟ ଏପର୍ଯ୍ୟନ୍ତ  ଝାଡାବାନ୍ତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିନି ପ୍ରଶାସନ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe