କନକ ବ୍ୟୁରୋ: ରାଜ୍ୟ ସରକାର ଶ୍ରୀକ୍ଷେତ୍ରକୁ ବିଶ୍ବର ଅନ୍ୟନ୍ୟ ସହର ଭାବେ ଗଢ଼ିବାକୁ ସ୍ୱପ୍ନ ଦେଖୁଛନ୍ତି। ମାତ୍ର ଶ୍ରୀମନ୍ଦିରର ପ୍ରଶାସନିକ କାର୍ଯ୍ୟାଳୟରେ କେମିତି ଅବସରପ୍ରାପ୍ତଙ୍କ କବଜାରେ ରହିଛି, ତାହା ସାମନାକୁ ଆସିଛି। ଅନ୍ୟପଟେ ୨ଶହରୁ ଅଧିକ ପଦବୀ ଖାଲି ପଡିବା ସହ ଅବସରରେ ପରେ ପୁନଃ ନିଯୁକ୍ତି ଏହି ସମସ୍ୟାକୁ ବଢ଼ାଇ ଦେଇଛି। 

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାଲଟିଛି ଅବସରପ୍ରାପ୍ତଙ୍କ ଥଇଥାନ କେନ୍ଦ୍ର 
ନୂଆ ନିଯୁକ୍ତି ବଦଳରେ ଓଏସଡି ପାହ୍ୟାରେ ଦିଆଯାଉଛି ନିଯୁକ୍ତି 
ଓଏସଡି ଦାୟିତ୍ୱ ଥିବା ଅଧିକାରୀଙ୍କୁ ପୁନଃ ନିଯୁକ୍ତି ପାଇଁ ମସୁଧା 
୩୦ରୁ ଅଧିକ ଅଧିକାରୀଙ୍କୁ ଅବସର ପରେ ପୁନଃ ନିଯୁକ୍ତି 

ବାରମ୍ବାର ପୁନଃ ନିଯୁକ୍ତି ହେବା ଫଳରେ ନିଯୁକ୍ତି ସୁଯୋଗ ମଧ୍ୟ ଠପ୍ ହୋଇଯାଇଛି। ମୁଖ୍ୟତଃ ରାଜସ୍ୱ, ଏଷ୍ଟାବ୍ଲିସମେଂଟ, ଲ୍ୟାଣ୍ଡ, ଆକାଉଣ୍ଟସ ସହ ସାଧାରଣ ପ୍ରଶାସନରେ ଏହି ପୁନଃ ନିଯୁକ୍ତି ହୋଇଛି। 

ଏଭଳି ଅଭିଯୋଗ ପରେ କଡା ନିଷ୍ପତି ନେଇଛନ୍ତି ନୂଆ ସରକାର। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଥିବା ଜୈନେକ ଓଏସଡିଙ୍କୁ ପୁନଃ ନିଯୁକ୍ତିକୁ ସରକାର ମନା କରି ଦେଇଛନ୍ତି। ଏହା ସହିତ ଖାଲି ପଡିଥିବା ପଦବୀରେ ଓଡ଼ିଶା ସବୋର୍ଡିନେଟ୍ ଷ୍ଟାଫ୍ କମିଶନ ମାଧ୍ୟମରେ ପୂରଣ କରିବାକୁ ସରକାରଙ୍କୁ ସୁପାରିଶ କରିଛନ୍ତି। 

ଏହି ବିବାଦ ସାମନାକୁ ଆସିବା ପରେ କଡା ଆଭିମୁଖ୍ୟ ଦେଖାଇଛନ୍ତି ଆଇନ ମନ୍ତ୍ରୀ। ଅନ୍ୟପଟେ ବିଜେଡି ବିଧାୟକ କହିଛନ୍ତି, ସରକାର ଯାହା ନିଷ୍ପତି ନେବେ।  ତେବେ ପ୍ରଶ୍ନ ଉଠୁଛି ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀ ଚାକିରି ଅପେକ୍ଷାରେ ଥିବାବେଳେ, ବିଜେଡି ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରତି ଅହେତୁକ ଅନୁକମ୍ପା କାହିଁକି ଦେଖାଉଥିଲେ?