ଅଟକିଗଲା ଶାସନ! ସବୁ ଅଫିସ ଖାଁ ଖାଁ

Advertisment

ବିଶେଷକରି ଓଏଏସ ଓ ଓଆରଏସ ଅଧିକାରୀ ଆସିନଥିବାରୁ ଠପ୍ ହୋଯାଇଛି କାର୍ଯ୍ୟ । ଭୁବନେଶ୍ବରରେ ଥିବା ବିଭିନ୍ନ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ଓ ବିଏମସି ଅଫିସରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । 

ବିଶେଷକରି ଓଏଏସ ଓ ଓଆରଏସ ଅଧିକାରୀ ଆସିନଥିବାରୁ ଠପ୍ ହୋଯାଇଛି କାର୍ଯ୍ୟ । ଭୁବନେଶ୍ବରରେ ଥିବା ବିଭିନ୍ନ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ଓ ବିଏମସି ଅଫିସରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । 

cfhfbcvbd

Photograph: (kanaknews)

କନକ ବ୍ୟୁରୋ : ବିଏମସି ଅତିରିକ୍ତ କମିସନରଙ୍କୁ ମାଡ ପରେ ସାରାରାଜ୍ୟରେ ସୃଷ୍ଟି ହୋଇଛି ଏମିତି ବିଚିତ୍ର ସ୍ଥିତି। ଲୋକସେବା ଭବନଠାରୁ ଆରମ୍ଭ କରି ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାପାଳ ଅଫିସ, ବ୍ଲକ କାର୍ଯ୍ୟାଳୟ, ମୁନସିପାଲଟି କାର୍ଯ୍ୟାଳୟ ସବୁଆଡେ ଶୂନଶାନ। ଯେଉଁଠୁ ଶାସନ ବ୍ୟବସ୍ଥା ଚାଲେ ପ୍ରାୟ ସବୁ ସ୍ଥାନରେ ଖାଲି ପଡିଛି ଅଧିକାରୀଙ୍କ ଆସନ। ସମ୍ବଲପୁର , ସୁନ୍ଦରଗଡ, କେନ୍ଦ୍ରାପଡା, ବାରିପଦା, ଭଦ୍ରକ, ବାଲେଶ୍ବର, ମାଲକାନଗିରି, କଳାହାଣ୍ଡି । ବିଶେଷକରି ଓଏଏସ ଓ ଓଆରଏସ ଅଧିକାରୀ ଆସିନଥିବାରୁ ଠପ୍ ହୋଯାଇଛି କାର୍ଯ୍ୟ । ଭୁବନେଶ୍ବରରେ ଥିବା ବିଭିନ୍ନ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ଓ ବିଏମସି ଅଫିସରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । 

ନାହାନ୍ତି ଅଫିସର, ଲୋକେ ନିରାଶ 
ଅଫିସର ଓ ବିଭିନ୍ନ କର୍ମଚାରୀ ନଆସିବାରୁ ସରକାରୀ କାମ ଯେତିକି ପ୍ରଭାବିତ ହୋଇଛି, ତାଠୁ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଲୋକ । କିଏ ଡେଥ୍ ସାର୍ଟିଫିକେଟ ପାଇଁ ଆସି ନିରାଶ ହୋଇଛନ୍ତି ତ ଆଉ କିଏ ସମସ୍ୟା ଜଣାଇବାକୁ ଆସି ଫେରିଛନ୍ତି । ସମ୍ବଲପୁର ବରେଇପାଲିର ଗୋପାଳତାଣ୍ଡି । ୩ଶହ ଟଙ୍କା ଅଟୋ ଭଡା ଦେଇ ଧନକଉଡା ବ୍ଲକକୁ ଆସିଥିଲେ। ତାଙ୍କର ସମ୍ପର୍କୀୟ ଭିନ୍ନକ୍ଷମ ହୋଇଥିବାରୁ ଟ୍ରାଇ-ସାଇକେଲ ପାଇଁ ଆବେଦନ କରିବାକୁ ଆସିଥିଲେ। ହେଲେ ବିଡିଓ ନଥିବାରୁ କାମ ହୋଇପାରିନି। 

ଗୋପାଳଙ୍କ ଭଳି ରାଜ୍ୟର ଶହ ଶହ ଲୋକ ଏଭଳି ନିରାଶ ହୋଇଛନ୍ତି । ସେହିପରି ଏଡିଏମମାନେ ନଥିବାରୁ ଓକିଲ ମାନେ ଫେରି ଯାଉଥିବା ଦେଖିବାକୁ ମିଳିଛି । ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ପରେ ସମୂହ ଛୁଟିରେ ଯାଇଛନ୍ତି ଓଏଏସ୍ ଅଧିକାରୀ । ଓଆରଏସ ମଧ ଆଜି କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି । ଏଥିସହ ରାଜ୍ୟର ପ୍ରାୟ ୧୫ କର୍ମଚାରୀ ସଂଘ ପକ୍ଷରୁ ମଧ୍ୟ ଅତିରିକ୍ତ କମିସନରଙ୍କୁ ମାଡ ମରାଯିବାକୁ ନିନ୍ଦା କରି ସରକାରଙ୍କୁ ପତ୍ର ଲେଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe