କନକ ବ୍ୟୁରୋ: ବାଲେଶ୍ଵର ସହର ଓ ଆଖପାଖ ଅଞ୍ଚଳରେ ବାହାର ଲୋକ ଆସି ବେପାର କରୁଥିବା ଦେଖିବାକୁ ମିଳୁଛି । ସେମାନେ ସହରର ରାସ୍ତାକଡ଼ରେ ରହି ବ୍ୟବସାୟ କରୁଛନ୍ତି । ଅନେକ ବାହାର ଲୋକ ବାଲେଶ୍ଵରରେ ଦୀର୍ଘଦିନ ଧରି ରହିଯାଇଛନ୍ତି । ବାଂଲାଦେଶୀ ହଟାଅ ଅଭିଯାନ ଆରମ୍ଭ ପରେ ଏହି ବ୍ୟବସାୟୀଙ୍କୁ ବିଭିନ୍ନ ସନ୍ଦେହ କରି ଚିନ୍ତାରେ ସହରବାସୀ ।
ବର୍ଷବର୍ଷ ଧରି ବାଲେଶ୍ଵରରେ ରହିଲେ ମଧ୍ୟ ପ୍ରଶାସନକୁ ନିଜ ପରିଚୟ ତଥ୍ୟ ଦେଇନଥିବା କହିଛନ୍ତି ଚନ୍ଦନ । ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗୁଲାମ ମୁସ୍ତାଫା ଚାଇନା ପମ୍ପ, ସ୍ପ୍ରେ ପାଇପ୍, ବଡି ମାଲିସ ଗ୍ୟାଜେଟ୍ ଆଦି ବିକ୍ରି କରୁଛନ୍ତି । ପଶ୍ଚିମବଙ୍ଗରୁ ଆସି ଜଳେଶ୍ୱରରେ ରହୁଥିବା ବେଳେ ଟ୍ରେନରେ ପ୍ରତିଦିନ ବାଲେଶ୍ଵର ଆସି ଜିନିଷ ବିକ୍ରି କରୁଛନ୍ତି ଗୁଲାମ। ଘର ଠିକଣା ପଚାରିବାରୁ ସେ ମଧ୍ୟ କହି ନଥିଲେ ।
ସୀମାବର୍ତ୍ତୀ ଓ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ବାଲେଶ୍ଵର । ଏଠାକୁ ବହୁ ବାହାର ଲୋକ ଅବାଧରେ ଆସି ବେଆଇନ ଭାବେ ରହୁଛିନ୍ତି । ସେମାନଙ୍କର ଭୋଟର ଓ ଆଧାର କାର୍ଡ ମଧ୍ୟ ରହିଛି । ସେମାନେ ରାସ୍ତାକଡ଼ରେ ବିଭିନ୍ନ ସାମଗ୍ରୀ ବିକ୍ରି କରିବା ସହ ରାସ୍ତାକଡ଼ରେ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ବହୁଲୋକ ବାଂଲାଦେଶୀ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଏମାନଙ୍କର ତଥ୍ୟ ପ୍ରଶାସନ ପାଖରେ ନାହିଁ । କିଛି ବ୍ୟବସାୟୀଙ୍କଠାରୁ ଦେୟ ଆଦାୟ କରି ରସିଦ୍ ଦେଇ ପୌରସଂସ୍ଥା ନିଜ ଦାୟିତ୍ୱ ସାରି ଦେଉଛି । ତେବେ ସେମାନଙ୍କୁ ଚିହ୍ନଟ କରାଯାଉଛି ବୋଲି ବାଲେଶ୍ଵର ଏସ୍ପି କହିଛନ୍ତି ।