Road problem Photograph: (kanak news)
କନକ ବ୍ୟୁରୋ : ସ୍ବାଧୀନତାକୁ ବିତିଗଲାଣି ୭୮ ବର୍ଷ । ହେଲେ ଆଜି ବି ଅନେକ ଗାଁକୁ ରାସ୍ତା ନାହିଁ, ପୋଲ ନଥିବାରୁ ଲୋକ ନଦୀ ଭିତରେ ପଶି ପାର ହେଉଛନ୍ତି । ପୋଲ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କରିବା ପରେ ମଧ୍ୟ କେହି ଶୁଣୁନାହାନ୍ତି । ଫଳରେ ୮ ବର୍ଷ ହେଲାଣି ନିଜ ନିଜ ମଧ୍ୟରେ ଚାନ୍ଦା ଆଦାୟ କରି ଶ୍ରମ ଦାନ କରି ନାଗାବଳି ନଦୀରେ ତିଆରି କରୁଛନ୍ତି ଅସ୍ଥାୟୀ କାଠପୋଲ ।
କିଏ ନଦୀରେ ଖୁଣ୍ଟ ପୋତୁଛି ତ’ ଆଉ କିଏ ଖୁଣ୍ଟକୁ ଖୁଣ୍ଟ ମିଶାଇ ଦଉଡ଼ି ବାନ୍ଧୁଛି । ଆଉ କିଏ ବଡ଼ ବଡ଼ ବାଉଁଶ ପକାଇ କଣ୍ଟା ମାରୁଛି । ଏ ଖବର ଆଜିର ନୁହେଁ, ୨୦୧୭ରୁ ଏମିତି ଚାଲି ଆସିଛି । ବର୍ଷା ଆସିଲେ ନାଗାବଳି ନଦୀରେ କାଠ ପୋଲ ଭାସିଯାଏ । ବର୍ଷା ଦିନ ଗଲା ପରେ ଚାନ୍ଦା ଆଦାୟ କରି ପୁଣି ୨ଟି ଗାଁର ଲୋକ ନିଜସ୍ବ ଶ୍ରମ ଓ ଉଦ୍ୟମରେ ତିଆରି କରନ୍ତି ଅସ୍ଥାୟୀ କାଠପୋଲ ।
ଅଧିକ ପଢ଼ନ୍ତୁ--Rajya Sabha Election: ରାଜ୍ୟସଭା ଯିବ କିଏ? ଚତୁର୍ଥ ଆସନକୁ ନେଇ ଛକାପଞ୍ଝା
ରାୟଗଡ଼ାର କଲ୍ୟାଣସିଂହପୁର ବ୍ଳକ ଶିକରପାଇ ପଞ୍ଚାୟତର ତଳସଜା ଓ ଉପରସଜା ଗାଁ । ୨ ଗାଁ ନିକଟରେ ବହିଯାଇଛି ନାଗାବଳି ନଦୀ । ପଞ୍ଚାୟତକୁ କୌଣସି ଜରୁରୀ କାମ ପାଇଁ ହେଉ କି ଡାକ୍ତରଖାନା ଓ ବିଦ୍ୟାଳୟକୁ ନଦୀ ପାର ହୋଇ ଯିବା କଷ୍ଟକର ହୋଇପଡ଼େ । ପୂର୍ବରୁ ନଦୀରେ ଉଭୟ ପାଖରେ ତାର ବାନ୍ଧି ନଦୀ ପାର ହେଉଥିଲେ, ୮ ବର୍ଷ ହେଲାଣି ଅସ୍ଥାୟୀ କାଠ ପୋଲ ନିର୍ମାଣ କରୁଛନ୍ତି । ଆଉ ଏହାର ସମାଧାନ କରିବା ବଦଳରେ କାଠପୋଲରେ ଯା’ଆସ ଉପରେ ପ୍ରତିବନ୍ଧକ ଲଗାଇ ଚାଲିଯାଇଛି ପ୍ରଶାସନ । ନଦୀ ଉପରେ ତୁରନ୍ତ ବ୍ରିଜ୍ଟିଏ ନିର୍ମାଣ କରିବାକୁ ଗାଁ ଲୋକ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।
Follow Us