କପ୍ତିପଦାର ଦବଙ୍ଗ ଅଫିସର  ; ନଦୀରେ ପଶି ବାଲି ଗାଡ଼ି ଧରିଲେ

ଦବଙ୍ଗ ସାଜିଲେ ଅତିରିକ୍ତ ତହସିଲଦାର । ସୋନ ନଦୀରୁ ବେଆଇନ ବାଲି ଉଠାଣ ବେଳେ ଅଟକାଇଲେ ।

Additional tahasildar

Additional tahasildar Photograph: (KanakNews)

କନକ ବ୍ୟୁରୋ: ଦବଙ୍ଗ ସାଜିଲେ ଅତିରିକ୍ତ ତହସିଲଦାର । ଭରା ନଦୀରେ ପଶି ବେଆଇନ ବାଲି ଚାଲାଣ ଅଟକାଇଲେ । ମୟୂରଭଞ୍ଜ କପ୍ତିପଦା ତହସିଲ୍ ଅଧୀନ ବଡ଼ବିଶୋଳ କୁଣ୍ଡିସାହି ଠାରେ ପ୍ରବାହିତ ସୋନ ନଦୀରୁ ବେଆଇନ ବାଲି ଉତ୍ତୋଳନ କରାଯାଇ ଚୋରା ଚାଲାଣ ହେଉଥିଲା । ଏ ଖବର ପାଇ ଅଚାନକ ଚଢ଼ାଉ କରିଥିଲେ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ।

ନଦୀ ଭିତରେ ପଶି ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ବାଲି ମାଫିଆ ଏବଂ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛନ୍ତି । ଟ୍ରାକ୍ଟର ଜବତ କରି ସେଥିରେ ଥିବା ବାଲିକୁ ପୁଣି ନଦୀରେ ଢ଼ାଳି ଦେଇଛନ୍ତି ଅତିରିକ୍ତ ତହସିଲଦାର । ତେବେ କପ୍ତିପଦା ତହସିଲଦାରଙ୍କ ସହ କପ୍ତିପଦା ପୁଲିସ ମଧ୍ୟ ଏହି ଚଢ଼ାଉରେ ସାମିଲ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe