କନକ ବ୍ୟୁରୋ :  ଧାମରା ପରେ ଅଦାନୀ ଗ୍ରୁପ୍ ହାତକୁ ଗଲା ଗୋପାଳପୁର ବନ୍ଦର। ଅଦାନୀ ଗ୍ରୁପ ଓ ଏସଇଜେଡ ଲିମିଟେଡକୁ ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶଧନ ହସ୍ତାନ୍ତର ନେଇ କ୍ୟାବିନେଟ ମୋହର ମାରିଛନ୍ତି ମୋହନ ସରକାର। ଏବଂ ୫ ପ୍ରତିଶତ ସେୟାର ଷ୍ଟିଭେଡୋର୍ସ ପାଖରେ ରହିବ। ବନ୍ଦରର ସଂପ୍ରସାରଣ ଓ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ,

Advertisment

   ୨୦୦୩ରେ ପିପିପି ମାଧ୍ୟମରେ ବୁଷ୍ଟ ଆଧାରରେ ସବୁଦିନିଆ ବନ୍ଦର ରୂପେ ପରିଣତ କରିବାକୁ ହୋଇଥିଲା ନିଷ୍ପତ୍ତି 
-    ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍, ନୋବେଲ ଗ୍ରୁପ୍ ଲିମିଟେଡ୍ ଓ ସାରା ଇଣ୍ଟରନ୍ୟାସନାଲର ଯଥାକ୍ରମେ ୩୪, ୩୩ ଓ ୩୩ ପ୍ରତିଶତ ଅଂଶଧନରେ ବନ୍ଦରର ବିକାଶ ହୋଇଥିଲା
-     ୨୦୧୦ ଓ ୨୦୧୭ ଏହି ବନ୍ଦରର ଅଂଶଧନ ପରିବର୍ତ୍ତନ ହୋଇଥିଲା
-    ଏବେ ଶାପୁରଜୀ ପାଲ୍ଲୋଞ୍ଜି ଗ୍ରୁପର ୫୬% ଓ ଓଡ଼ିଶା ଷ୍ଟିଭେଡୋର୍ସ ର ୩୯% ସେୟାର ଅଦାନୀ ଗ୍ରୁପ କିଣିଛି

 ଗୋପାଳପୁର ବନ୍ଦର ଅଦାନୀ ଗ୍ରୁପକୁ ଦିଆଯାଇଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ଯାହାକୁ କାଉଣ୍ଟର କରି ବିଜେପି କହିଛି ଏହାଦ୍ବାରା ପରିବହନ କ୍ଷେତ୍ରର ବିକାଶ ସହ ସ୍ଥାନୀୟ ନିଯୁକ୍ତି ସୃଷ୍ଟି ହେବ।
 ଗୋପାଳପୁର ବନ୍ଦର ବ୍ୟତୀତ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ନିଯୁକ୍ତିରେ ୧୦% ଆନୁଭୂମିକ ସଂରକ୍ଷଣ ଓ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ଝିଅ କିମ୍ବା ପାଳିତ ଝିଅଙ୍କୁ ମଧ୍ୟ ନିଯୁକ୍ତି ମିଳିବ ା   ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।