ବଢୁଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ । ଦିନ ଦ୍ୱିପ୍ରହରରେ ଚାଲିଛି ବେଧଡକ ବାଲି ଚାଲାଣ, ରାସ୍ତା ଅବରୋଧ କରି ପ୍ରତିବାଦ କଲେ ମହିଳା

ଗତ କିଛିଦିନ ତଳେ ଅନୁଆରୀ ନିକଟରେ ଥିବା ବେଆଇନ ବାଲି ଘାଟକୁ ବାଙ୍କୀ ପ୍ରଶାସନ ବନ୍ଦ କରିଦେବା ଫଳରେ ଗୋପ ନଈ ପଠା ଉପରେ ଏବେ ମାଫିଆଙ୍କ ନଜର ପଡିଛି। ସେମାନେ ଜେସିବି ସାହାଯ୍ୟରେ ଏହି ନଈ ପଠାରୁ ବାଲି ଉଠାଇ ଚୋରା ଚାଲାଣ କରୁଥିବା ବେଳେ ଶତାଧିକ ମହିଳା, ଗ୍ରାମବାସୀ ତାଙ୍କୁ ବିରୋଧ କରିଥିଲେ।

KòZòKþòKZþ

}òZòþòKþqò

କନକ ବ୍ୟୁରୋ : ବେଆଇନ ବାଲି ଚାଲାଣକୁ ଗ୍ରାମବାସୀଙ୍କ ବିରୋଧ । କଟକ ଜିଲ୍ଲା ବାଙ୍କୀ ଥାନା ଗୋପ ନିକଟବର୍ତ୍ତୀ ମହାନଦୀ ପଠାରୁ ବେଆଇନ ବାଲି ଉଠାଣକୁ ନେଇ ଗ୍ରାମବାସୀ ବିରୋଧ କରିଛନ୍ତି । ଗତ କିଛିଦିନ ତଳେ ଅନୁଆରୀ ନିକଟରେ ଥିବା ବେଆଇନ ବାଲି ଘାଟକୁ ବାଙ୍କୀ ପ୍ରଶାସନ ବନ୍ଦ କରିଦେବା ଫଳରେ ଗୋପ ନଈ ପଠା ଉପରେ ଏବେ ମାଫିଆଙ୍କ ନଜର ପଡିଛି। ସେମାନେ ଜେସିବି ସାହାଯ୍ୟରେ ଏହି ନଈ ପଠାରୁ ବାଲି ଉଠାଇ ଚୋରା ଚାଲାଣ କରୁଥିବା ବେଳେ ଶତାଧିକ ମହିଳା, ଗ୍ରାମବାସୀ ତାଙ୍କୁ ବିରୋଧ କରିଥିଲେ। କିନ୍ତୁ ମାଫିଆ ମାନେ ମହିଳା ମାନଙ୍କୁ ଗାଳି ଗୁଲଜ କରି ଜୋର ଜବରଦସ୍ତ ନଈ ପଠା ଭିତରକୁ ଟ୍ରକ ନେବାକୁ ଚେଷ୍ଟା କରିଥିଲେ। ଫଳରେ ଶତାଧିକ ମହିଳା ଗ୍ରାମବାସୀ ନଈ ବନ୍ଧ ଉପରେ ପଥର ପକାଇ ରାସ୍ତା ଅବରୋଧ କରିଦେଇଥିଲେ । ତେଣୁ ବାଲି ମାଫିଆ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଖବର ପାଇ ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଗ୍ରାମବାସୀଙ୍କୁ ବୁଝାସୁଝା କରିବାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe