ଉତ୍ତର ପ୍ରଦେଶର କାନପୁର ଦେହାତ୍ ଜିଲ୍ଲାରେ ଏକ ଭ୍ୟାନ୍ ରାସ୍ତାରୁ ଓଲଟି ପୋଖରୀରେ ପଡ଼ି ଯିବାରୁ ଜଣେ ଦୁଇ ବର୍ଷର ଶିଶୁଙ୍କ ସମେତ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଆଉରାଇୟାର ଗୋଟିଏ ପରିବାର କଲ୍ୟାଣପୁରରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ଘରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୪୦ କିଲୋମିଟର ଦୂର ଶିବଲିର ସାଭାଇ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଭ୍ୟାନଟି ପୋଖରୀକୁ ଖସି ପଡ଼ିବା ସମୟରେ ଏଥିରେ ୧୧ ଜଣ ଲୋକ ଥିଲେ। ପାଖାପାଖି ୬ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଭ୍ୟାନ୍ ପୋଖରୀକୁ ଖସି ପଡ଼ିବା ପରେ ଲୋକମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଜେସିବି ଓ ବୁଡ଼ାଳିଙ୍କୁ ଲଗାଇ ପୋଖରୀରୁ ଭ୍ୟାନରେ ଥିବା ଲୋକଙ୍କୁ ଖୋଜିଥିଲା। ଆହତମାନଙ୍କୁ ଉଦ୍ଧାର ପରେ ଶିବଲିରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଆହତମାନଙ୍କୁ ଅଧିକ ଚିକିତ୍ସା ପାଇଁ ଲାଲା ଲଜପତ ରାୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମୃତକମାନେ ହେଲେ ରାଜକିଶୋର ଅଗ୍ନିହୋତ୍ରି (୬୦), ପତ୍ନୀ ସ୍ନେହଲତା ଅଗ୍ନିହୋତ୍ରି (୫୫), ଝିଅ ହିମାଂଶୀ ଅଗ୍ନିହୋତ୍ରି (୩୦) ଓ ତାଙ୍କର ଦୁଇ ବର୍ଷର ପୁଅ ଶିବ ଅଗ୍ନିହୋତ୍ରି। ଭ୍ୟାନ୍ ଡ୍ରାଇଭରଙ୍କ ଖୋଜ୍ ଖବର ମିଳିନଥିବାବେଳେ ପୁଲିସ ତଲାସି କାର୍ଯ୍ୟ ତ୍ବରାନ୍ବିତ କରିଛି।
ଉତ୍ତରପ୍ରଦେଶରେ ପୋଖରୀକୁ ଖସି ପଡ଼ିଲା ଭ୍ୟାନ, ଜଣେ ଶିଶୁ ସମେତ ଗୋଟିଏ ପରିବାରର ୪ ମୃତ
ଶୁକ୍ରବାର ସନ୍ଧ୍ୟାରେ ଆଉରାଇୟାର ଗୋଟିଏ ପରିବାର କଲ୍ୟାଣପୁରରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ଘରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୪୦ କିଲୋମିଟର ଦୂର ଶିବଲିର ସାଭାଇ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
/kanak/media/media_files/2026/02/21/van-2026-02-21-15-48-24.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)