ଲାବୋରାଟେରୀ ଯିବ ଅଭିଯୁକ୍ତଙ୍କ ମୋବାଇଲ ; ସେପଟେ ସପ୍ତମ ଅଭିଯୁକ୍ତକୁ ଖୋଜୁଛି ପୋଲିସ

କଟକ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଘଟଣା । ଅଭିଯୁକ୍ତଙ୍କ ମୋବାଇଲକୁ ରାଜ୍ୟ ଫରେନ୍‌ସିକ୍ ସାଇନ୍ସ ଲାବୋରେଟୋରୀକୁ ପଠାଇବ କମିଶନରେଟ୍ ପୋଲିସ । ସେପଟେ ସପ୍ତମ ଅଭିଯୁକ୍ତକୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ  ।

18spect

କନକ ବ୍ୟୁରୋ: କଟକରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମିଳୁନି ସପ୍ତମ ଅଭିଯୁକ୍ତର ପତ୍ତା । ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି । ଗିରଫ ୬ ଅଭିଯୁକ୍ତଙ୍କ ଠାରୁ ଜବତ ୬ଟି ମୋବାଇଲ୍ ଫୋନ୍ ଆଜି ରାଜ୍ୟ ଫରେନସିକ୍ ସାଇନ୍ସ ଲାବୋରେଟୋରୀ ପଠାଯିବ । 
ଅଭିଯୁକ୍ତଙ୍କ ଏହି ମୋବାଇଲ ଗୁଡ଼ିକରେ ପୀଡ଼ିତା ଛାତ୍ରୀଙ୍କ କିଛି ଭିଡିଓ ରହିଥିବା ବେଳେ ଏହାକୁ ଅଭିଯୁକ୍ତମାନେ ଡିଲିଟ୍ କରିଦେଇଛନ୍ତି ।

ଲାବୋରେଟୋରୀରେ ବିଶେଷଜ୍ଞ ଦଳ ଏହାକୁ ପୁଣି ଥରେ କାଢ଼ିବାକୁ ଉଦ୍ୟମ କରିବେ । କଟକରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାକୁ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ମହିଳା ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗତକାଲି କଟକ ଡିସିପି ଜଗମୋହନ ମୀନାଙ୍କୁ ଭେଟିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe