କନକ ବ୍ୟୁରୋ : ଦିଲ୍ଲୀରୁ ଚୋରି ଓଡ଼ିଶାରୁ ଗିରଫ। ନୀଳଗିରି ଓ ସୋର ଅଞ୍ଚଳରୁ ଦୁଇ ଜଣଙ୍କୁ ଉଠାଇନେଲା ଦିଲ୍ଲୀ ପୋଲିସ। ଦୁଇ ମାସ ତଳେ ଜଣେ ମନ୍ତ୍ରୀଙ୍କ ଘରୁ ସୁନା ଗହଣା ସହ ନଗଦ ଟଙ୍କା ଚୋରି ହୋଇଥିଲା । ଏନେଇ ଦିଲ୍ଲୀ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିଲା । ତେବେ ନୀଳଗିରି ଭୀମେଇ ଗାଁର ରତି ରଞ୍ଜନ ମଲ୍ଲିକ ଚୋରି କରିଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୋଲିସ ରତି ରଞ୍ଜନକୁ ଗିରଫ କରିଛି । ପଚରାଉଚରା ବେଳେ ସେ ଏହି ସୁନା ଗହଣାକୁ ସୋର କଂଗ୍ରେସ ଭବନ ନିକଟରେ ଥିବା ମା ସର୍ବ ମଙ୍ଗଳା ଜୁଏଲାରୀରେ ବିକ୍ରି କରିଥିବା ପୋଲିସକୁ କହିଥିଲା । ଯାହାପରେ ଦିଲ୍ଲୀ ପୋଲିସ ସୋର ପୋଲିସ ସହାୟତାରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ସୁନା ଗହଣାକୁ ଜବତ କରିଛି ।
ଜଣେ ମନ୍ତ୍ରୀଙ୍କ ଘରୁ ଚୋରି କରି ଫେରାର ଥିଲା ଅଭିଯୁକ୍ତ, ସୋର ଓ ନୀଳଗିରରୁ ଦୁଇଜଣଙ୍କୁ ବାନ୍ଧିଲା ଦିଲ୍ଲୀ ପୋଲିସ
ଏନେଇ ଦିଲ୍ଲୀ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିଲା । ତେବେ ନୀଳଗିରି ଭୀମେଇ ଗାଁର ରତି ରଞ୍ଜନ ମଲ୍ଲିକ ଚୋରି କରିଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୋଲିସ ରତି ରଞ୍ଜନକୁ ଗିରଫ କରିଛି । ପଚରାଉଚରା ବେଳେ ସେ ଏହି ସୁନା ଗହଣାକୁ ସୋର କଂଗ୍ରେସ ଭବନ ନିକଟରେ ଥିବା ମା ସର୍ବ ମଙ୍ଗଳା ଜୁଏଲାରୀରେ ବିକ୍ରି କରିଥିବା ପୋଲିସକୁ କହିଥିଲା ।
/kanak/media/media_files/2025/03/08/hSYUtX5QoudFpQPd3ElD.jpg)