କନକ ବ୍ୟୁରୋ : ତାମିଲନାଡୁର ଆନ୍ନା ବିଶ୍ବବିଦ୍ୟାଳୟ । ସେହି ସମୟରେ ଚର୍ଚ୍ଚା ପରିସରକୁ ଆସିଥିଲା ଯେବେ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଯୌନ ଉତ୍ପୀଡନ କରାଯିବ ଭିଡିଓ ଦେଖାଇ ତାଙ୍କୁ ବ୍ଲାକମେଲ କରାଯାଉଥିଲା । ଏହି ଘଟଣା ପୂରା ରାଜ୍ୟକୁ ଦୋହଲାଇ ରଖିଥିଲା । ସେପଟେ ଶାସକ ଡିଏମକେକୁ ଟାର୍ଗେଟ କରି ପୂର୍ବତନ ବିଜେପି ପ୍ରଦେଶ ଅଧ୍ୟକ୍ଷ ଆନ୍ନାମଲାଇ ନିଜକୁ ଚାବୁକ ମାଡ଼ କରି ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଥିଲେ । ଶାସକ ଡିଏମକେ ସହ ଅଭିଯୁକ୍ତ ଜ୍ଞାନଶେଖରନର ସମ୍ପର୍କକୁ ବିଜେପି ବଡ ପ୍ରସଙ୍ଗ କରିଥିଲା । ଏପରିକି ଡିଏମେକର ବରିଷ୍ଠ ନେତାଙ୍କ ଅଭିଯୁକ୍ତ ଉଠାଇଥିବା ଫଟୋକୁ ପୋଷ୍ଟ କରି ବିଜେପି ଏହାକୁ ଏକ ବଡ ରାଜନୈତିକ ପ୍ରସଙ୍ଗ କରିଥିଲା । ତେବେ ୨୦୨୩ ମାମଲା ଉପରେ କୋର୍ଟ ଶୁଣାଣି କରି ଅଭିଯୁକ୍ତ ଜ୍ଞାନଶେଖରନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
୨୦୨୪, ଡିସେମ୍ବର ୨୩ । ବିଶ୍ବବିଦ୍ୟାଳୟ ପରିସରରେ କ୍ୟାଣ୍ଟିନ ଚଳାଉଥିବା ଜ୍ଞାନଶେଖରନ ଜଣେ ୧୯ବର୍ଷୀୟ ଛାତ୍ରୀଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । କେବଳ ସେତିକି ନୁହେଁ ଏହାକୁ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ମଧ୍ୟ ନିସ୍ତୁକ ମାଡ ମାରିଥିଲା ଅଭିଯୁକ୍ତ । ପରେ ଭିଡିଓ ଦେଖାଇ ବାରମ୍ବାର ବ୍ଲାକମେଲ କରୁଥିବା ଜ୍ଞାନଶେଖରନଙ୍କୁ ପୁଲିସ ଗିରଫ ନକରିବା ଘଟଣାକୁ ବିଜେପି ଏକ ବଡ ପ୍ରସଙ୍ଗର ରୂପ ଦେଇ ଡିଏମକେକୁ ବାରମ୍ବାର ଟାର୍ଗେଟ କରିଥିଲା । ଦୋଷୀ ଜ୍ଞାନଶେଖରନର ଦଣ୍ଡ ଶୁଣାଣି ଜୁନ ୨ରେ କରିବେ କୋର୍ଟ । ତେବେ ଏହି ଘଟଣା ଦୀର୍ଘ ୧୭ମାସ ଧରି ତାମିଲନାଡୁ ରାଜ୍ୟ ରାଜନୀତିକୁ ହଲଚଲ କରିବା ସହ ବିଜେପି ଓ ଡିଏମକେ ମଧ୍ୟରେ ଆରୋପପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା ।