କନକ ବ୍ୟୁରୋ: ଜେଲକୁ ଭେଟିବାକୁ ଆସି ଫସିଗଲା । ଜେଲରେ ସହଯୋଗୀକୁ ଭେଟିବା ଆସି ବନ୍ଧା ହେଲା ଅନ୍ୟ ଅଭିଯୁକ୍ତ । ଚୌଦ୍ୱାର ଜେଲ କର୍ତ୍ତୃପକ୍ଷଙ୍କୁ ଚକମା ଦେଇ ଜେଲକୁ ଆସି ସହଯୋଗୀକୁ ଭେଟୁଥିଲା । ହେଲେ ନକଲି ଆଧାର କାର୍ଡ ଧରାପକାଇଦେଲା । ସନ୍ଦେହ ହେବାରୁ ଆଧାର କାର୍ଡ ଯାଞ୍ଚ କରି ଥିଲେ ଜେଲର । ଆଉ ଆଧାର ନକଲି ବୋଲି ଜଣାପଡ଼ିବା ପରେ ଥାନାକୁ ଜଣାଇଥିଲେ । ଅଭିଯୋଗ ପରେ କଟକ ଚାନ୍ଦିନୀଚୌକର ସୁଶାନ୍ତ କୋକତେଙ୍କୁ ବାନ୍ଧିଛି ଚୌଦ୍ୱାର ଥାନା ପୁଲିସ । 

Advertisment

ସୁଶାନ୍ତ  ଜେଲରେ ଥିବା  ବିଚାରଧୀନ କଏଦୀ ଲୋକେଶ ବାବା ନରୁତେର ନିଜ ଭାଇ ବୋଲି ପରିଚୟ ଦେଉଥିଲା । ସହଯୋଗୀକୁ ଭେଟିବାକୁ ମହାରାଷ୍ଟ୍ର ଠିକଣା ଥିବା ନକଲି ଆଧାରକାର୍ଡ ମଧ୍ୟ ତିଆରି କରିଥିଲା । ଚୌଦ୍ଵାର ଜେଲକୁ ଆସି ନକଲି ଆଧାର କାର୍ଡ ଦେଖାଇ ସେ ଦୁଇ ଦୁଇଥର ବିଚାରଧୀନ ବନ୍ଦୀକୁ ସାକ୍ଷାତ କରିଥିଲା । ମଙ୍ଗଳବାର ସୁଶାନ୍ତର ଆଧାର କାର୍ଡକୁ ନେଇ ସନ୍ଦେହ ହେବାରୁ ଯାଞ୍ଚ ପରେ ସାତ ସାମ୍ନାକୁ ଆସିଛି । ଖୋଳତାଡରୁ ଜଣ ପଡ଼ିଛି ଯେ, ଅଭିଯୁକ୍ତ ସୁଶାନ୍ତ  ବିଚାରଧୀନ ବନ୍ଦୀର ଜଣେ ସହଯୋଗୀ । ତା ନାମରେ ପୁର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । 

ଚୌଦ୍ଵାର ଜେଲ୍ କର୍ତ୍ତୃପକ୍ଷଙ୍କୁ ଚକମା ଦେଇ , ସୁରକ୍ଷା  ଭେଦ କରି  ଅପରାଧୀକୁ ଭେଟି ଥିବାରୁ  ଜେଲର ଅଭିଯୋଗ କରିବା ପରେ ଶେଷରେ ସେ ଗିରଫ ହୋଇଛି । ତାକୁ ଗତକାଲି କୋର୍ଟ ଚାଲାଣ କରାଯିବ ସହ ଅଧିକ ଅନୁସନ୍ଧାନ ଚଳାଇଛି ପୁଲିସ ।