ଚଳିତ ବର୍ଷ ସାରସକଣା ବ୍ଲକ ଅନ୍ତର୍ଗତ ଶୀର୍ଷା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଦୁଇ ଦିନ ଧରି ମହାସମାରୋହରେ ୭ମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବଟି ବିଦ୍ୟାଳୟର ଅଧ୍ୟକ୍ଷ ସୁମନ୍ ଜାନାଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମୃତିରେଖା ସେଠିଙ୍କ ତତ୍ୱାବଧାନରେ କ୍ରୀଡ଼ା କାର୍ଯ୍ୟ ପରିଚାଳିତ ହୋଇଥିଲା । ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହିତ ଯୋଗଦାନ କରିଥିଲେ । ପିଲାମାନଙ୍କ ଶାରୀରିକ ଓ ମାନସିକ ଶକ୍ତିର ବିକାଶ ପାଇଁ ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସର୍ଟଫୁଟ୍, ବ୍ୟାଡମିଣ୍ଟନ୍, ଡିସ୍କସ୍ ଥ୍ରୋ, ଇଣ୍ଟର୍ ହାଉସ୍ କବାଡି ଇତ୍ୟାଦି ଖେଳର ଆୟୋଜନ କରାଯାଇଥିଲା ।

Advertisment

ffff

ଚଳିତ ବର୍ଷ କ୍ରୀଡ଼ା ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲା ଇଣ୍ଟର୍ ହାଉସ୍ କ୍ରିକେଟ୍ ମ୍ୟାଚ୍ ଯେଉଁଥିରେ ସୁବର୍ଣ୍ଣରେଖା ହାଉସ୍ ବିଜୟୀ ହୋଇଥିଲା । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ କ୍ରୀଡ଼ା ଉତ୍ସବଟି ପରିଚାଳିତ ହୋଇଥିଲା । ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ସୁଧାଂଶୁ ଶେଖର ମହାନ୍ତି ମଞ୍ଚ ପରିଚାଳନା କରିଥିବାବେଳେ ସହଯୋଗ କରିଥିଲେ ନବମ ଶ୍ରେଣୀର ଛାତ୍ରୀ ସୁହାନି ଏବଂ ମଧୁସ୍ମିତା । ଏହି ଉତ୍ସବରେ ବିଦ୍ୟାଳୟ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା ।

www

ଛାତ୍ରଛାତ୍ରୀମାନଙ୍କର ଅଗ୍ରଗାମୀ ନିମନ୍ତେ ଅଧ୍ୟକ୍ଷ ସୁମନ୍ ଜାନା ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ଉତ୍ସାହିତ କରିବା ପାଇଁ ବିଭିନ୍ନ ବିଭାଗରେ ପାରଦର୍ଶିତା ହାସଲ୍ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

bbbb

ପୁରସ୍କାର ବିତରଣ ପରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାର୍ଚ ଫାଷ୍ଟ୍ କରିଥିଲେ ଏବଂ କ୍ରୀଡ଼ା ଶିକ୍ଷୟିତ୍ରୀଙ୍କ ସହଯୋଗରେ ଅଧ୍ୟକ୍ଷ ମହୋଦୟଙ୍କ ଦ୍ୱାରା କ୍ରୀଡ଼ା ପତାକାକୁ ଅବତରଣ କରାଯାଇଥିଲା । ପରିଶେଷରେ ବିଜ୍ଞାନ ଶିକ୍ଷୟିତ୍ରୀ ସ୍ୱାଗତିକା ଜେନାଙ୍କ ଦ୍ୱାରା ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ।