ଭଙ୍ଗା ଘରେ ପୁରା ପରିବାର: ପଲିଥିନ ତଳେ ବିତୁଛି ୭୦ ବର୍ଷୀୟା ବୃଦ୍ଧା ଜୀବନ

ପେଟକୁ ମୁଠାଏ ଦାନା ପାଇଁ ପ୍ରତିଦିନ କରୁଛନ୍ତି ସଂଘର୍ଷ । ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡିଏ ନାହିଁ । ଭଙ୍ଗାରୁଜା ଘରେ ବିତୁଛି ୭୦ ବର୍ଷିୟା ବୃଦ୍ଧା ଭାଗ୍ୟବତୀଙ୍କ ଜୀବନ । କେନ୍ଦ୍ରାପଡା ଗରଦପୁର କିଣିଲୋ ଗାଁର ବୃଦ୍ଧା ଭାଗ୍ୟବତୀ ବାରିକ ।

csc

Photograph: (kanak news)

କନକ ବ୍ୟୁରୋ: ପେଟକୁ ମୁଠାଏ ଦାନା ପାଇଁ ପ୍ରତିଦିନ କରୁଛନ୍ତି ସଂଘର୍ଷ । ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡିଏ ନାହିଁ । ଭଙ୍ଗାରୁଜା ଘରେ ବିତୁଛି ୭୦ ବର୍ଷିୟା ବୃଦ୍ଧା ଭାଗ୍ୟବତୀଙ୍କ ଜୀବନ । କେନ୍ଦ୍ରାପଡା ଗରଦପୁର କିଣିଲୋ ଗାଁର ବୃଦ୍ଧା ଭାଗ୍ୟବତୀ ବାରିକ । ପରିବାର କହିଲେ ଭାଗ୍ୟବତୀ ତାଙ୍କର ପୁଅ ବୋହୂ ଓ ଦୁଇ ନାତି ନାତୁଣିଙ୍କୁ ମିଶାଇ ୫ ଜଣ ସଦସ୍ୟ । ଭାଗ୍ୟବତୀଙ୍କ ପୁଅ ମୂଲ ମଜୁରି ଲାଗି ପରିବାର ଚଲାଉଥିବାବେଳେ ଯାହା ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ । ଅର୍ଥଅଭାବ ଯୋଗୁ ଛପର ହୋଇପାରୁନି । ନଷ୍ଟ ହୋଇଯିବା କାରଣରୁ ଛପର ଉପରେ ପଡିଛି ଜରିପାଲ । ଆଉ ତାରି ଭିତରେ ସନ୍ତୁଳି ହେଉଛି ବୃଦ୍ଧାଙ୍କ ପରିବାର । 

ଭାଗ୍ୟବତୀଙ୍କୁ ୨ ବର୍ଷତଳେ ପ୍ରଧାନମନ୍ତ୍ରୀ ଆବାସ ଘର ଖଣ୍ଡିଏ ମିଳିଥିଲା । ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ମିଳିଥିବା ବେଳେ ଘର ମଧ୍ୟ ଆରମ୍ଭ କରିଥିଲେ । ହେଲେ ପର ଘର କାମ ପଡିଛି ଅଧାରେ । ଅର୍ଥ ନଥିବାରୁ ମିଳିଥିବା ଘର ଖଣ୍ଡିଏ ଅଧାପାନ୍ତିରିଆ ହୋଇ ପଡିରହିଛି । ସରକାରଙ୍କ ପକ୍ଷରୁ ଯେଉଁ ମୁଠାଏ ଚାଉଳ ମିଳୁଛି ସେଥିରେ ଚଳୁଛି ପରିବାର । ତେବେ ବୃଦ୍ଧାଙ୍କ ପରିବାରକୁ କିଛି ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ।

ଅସହାୟ ଅବସ୍ଥାରେ ଭଙ୍ଗା ଘରେ ରହୁଥିବା ଭାଗ୍ୟବତୀଙ୍କ ପରିବାରକୁ ସାହାଯ୍ୟ କରାଯାଇପାରିଲେ ସେମାନେ ଉପକୃତ ହୋଇପାରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe