୨ ବର୍ଷର ଅପେକ୍ଷାର ହେବ ଅନ୍ତ, ଇସ୍ରାଏଲକୁ ଫେରିବେ ପଣବନ୍ଦୀ

Advertisment

୨୦୨୩ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହଠାତ୍ ଆକ୍ରମଣ କରିଥିଲା ହମାସ

୨୦୨୩ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହଠାତ୍ ଆକ୍ରମଣ କରିଥିଲା ହମାସ

ଇସ୍ରାଏଲକୁ ଫେରିବେ ପଣବନ୍ଦୀ!

ଇସ୍ରାଏଲକୁ ଫେରିବେ ପଣବନ୍ଦୀ! Photograph: (Kanaknews)

କନକ ବ୍ୟୁରୋ;  ୨ ବର୍ଷର ଅପେକ୍ଷାର ହେବ ଅନ୍ତ । ଇସ୍ରାଏଲକୁ ଫେରିବେ ପଣବନ୍ଦୀ। ୨୦୨୩ ଅକ୍ଟୋବର ୭ ତାରିଖ ଇସ୍ରାଏଲ ଉପରେ ହଠାତ୍ ଆକ୍ରମଣ କରିଥିଲା ଆତଙ୍କବାଦୀ ସଙ୍ଗଠନ ହମାସ । ଆକ୍ରମଣରେ ୧,୨୦୦ ଇସ୍ରାଏଲୀ ନାଗରିକ ନିହତ ହୋଇଥିଲେ ଓ ୨୫୦ରୁ ଅଧିକଙ୍କୁ ପଣବନ୍ଦୀ ଭାବେ ନିଆଯାଇଥିଲା । ଏହାରି ଭିତରେ ଇସ୍ରାଏଲ-ହମାସ ଯୁଦ୍ଧକୁ ୨ ବର୍ଷ ପୁରିଛି । କିନ୍ତୁ ଘର ଫେରିନାହାଁନ୍ତି ଅନେକ ଇସ୍ରାଏଲ ବନ୍ଧକ । ଗାଜା ଶାନ୍ତି ଚୁକ୍ତି ନେଇ ଉଭୟ ଇସ୍ରାଏଲ-ଏବଂ ହମାସ ମଧ୍‌ୟରେ ସହମତି ପ୍ରକାଶ ପାଇଛି । ସୋମବାର ସୁଦ୍ଧା ସବୁ ପଣବନ୍ଦୀଙ୍କ ମୁକ୍ତି ସମ୍ଭବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ସୋମବାର  ସୁଦ୍ଧା ୫୦ ଜଣ ପଣବନ୍ଦୀଙ୍କ ମୁକ୍ତି ସମ୍ଭବ । ଏହି ବନ୍ଧକଙ୍କ ମଧ୍ୟରେ ମହିଳା, ଶିଶୁ ଓ ବୃଦ୍ଧ ଅଛନ୍ତି । ଏହା ସ୍ଥାୟୀ ଶାନ୍ତି ଆଡ଼କୁ ପ୍ରଥମ ପଦକ୍ଷେପ ହେବ ବୋଲି ଟ୍ରମ୍ପ କହିଛନ୍ତି । ପାଲେଷ୍ଟାଇନ କଏଦୀଙ୍କ ବଦଳରେ ପଣବନ୍ଦୀଙ୍କୁ ମୁକ୍ତି କରିବ ହମାସ। ଗାଜା-ଇସ୍ରାଏଲ ସୀମାରେ ଇସ୍ରାଏଲ ନାଗରିକମାନେ ସେମାନଙ୍କ ପ୍ରିୟଜନଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି । 

୨ ବର୍ଷର ଅପେକ୍ଷାର ଅନ୍ତ
 ଇସ୍ରାଏଲକୁ ଫେରିବେ ପଣବନ୍ଦୀ
୨୦୨୩ ଅକ୍ଟୋବର ୭ ତାରିଖ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ହମାସ
ଆକ୍ରମଣରେ ୧,୨୦୦ ଇସ୍ରାଏଲୀ ନାଗରିକ ନିହତ ହୋଇଥିଲେ 
୨୫୦ରୁ ଅଧିକ ଇସ୍ରାଏଲବାସୀଙ୍କୁ ପଣବନ୍ଦୀ କରିନେଇଥିଲା ହମାସ
୨ ବର୍ଷ ପରେ ଘରକୁ ଫେରିବେ ପଣବନ୍ଦୀ, ଅପେକ୍ଷାରେ ପ୍ରିୟଜନ
ଇସ୍ରାଏଲର ଆକ୍ରମଣରେ ଗାଜାରେ ୬୭,୦୦୦ ହଜାରରୁ ଅଧିକ ଜୀବନ ଯାଇଛି
କତର, ଇଜିପ୍ଟ ଓ ଆମେରିକାର ମଧ୍ୟସ୍ଥତା ପରେ ଏବେ ଗାଜା ଶାନ୍ତି ଚୁକ୍ତି ହୋଇଛି
ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ୬ ସପ୍ତାହ ପାଇଁ ଗାଜାରେ ସାମରିକ କାର୍ଯ୍ୟକଳାପ ବନ୍ଦ କରିବ
ଇସ୍ରାଏଲ  ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିବ
ଏହା ସହ ଗାଜାକୁ ମାନବୀୟ ସାହାଯ୍ୟ ମଧ୍ୟ ଯୋଗାଇ ଦିଆଯିବ। 
ହମାସ କହିଛି, ଯୁଦ୍ଧବିରତି ପାଲେଷ୍ଟାଇନବାସୀଙ୍କ ଦୁଃଖ ହ୍ରାସ କରିବ
କିନ୍ତୁ ଇସ୍ରାଏଲର ଏହି ଅଂଚଳ ଉପରେ ଅଧିକାରର ଅନ୍ତ ହେବା ଆବଶ୍ୟକ। 
ଇସ୍ରାଏଲ କହିଛି ପଣବନ୍ଦୀଙ୍କ ମୁକ୍ତି ଆମର ପ୍ରାଥମିକତା 
ଆତଙ୍କବାଦ ବିରୋଧରେ ବ୍ୟାପକ ସତର୍କତା ପଦକ୍ଷେପ ଜାରି ରହିବ।  
ଆମେରିକା ଗାଜା ପୁନର୍ବାସ ପାଇଁ ୧୦୦ କୋଟି ଡଲାର  ସାହାଯ୍ୟ ଘୋଷଣା କରିଛି।
 ଜାତିସଂଘ ଓ ୟୁରୋପୀୟ ସଂଘ ଏହାକୁ ସ୍ୱାଗତ କରିଛନ୍ତି
ଗାଜା ଶାନ୍ତି ଯୋଜନାକୁ  ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ବାଗତ କରିଛନ୍ତି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe