କନକ ବ୍ୟୁରୋ: ମସ୍ଜିଦ୍ ପାଇଁ ହଟିବ ମନ୍ଦିର । ମାଲେସିଆର ରାଜଧାନୀରେ ମସ୍ଜିଦ୍ ପାଇଁ ଏକ ହିନ୍ଦୁ ମନ୍ଦିର ହଟାଇବା ପ୍ରସ୍ତାବକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମାଲେସିଆରେ ଧାର୍ମିକ ସମାନତା ଏବଂ ସହରୀ ପୁନଃନିର୍ମାଣ ଦାବିକୁ ପଦାରେ ପକାଇଛି । ଉଚ୍ଛେଦ ହେବାକୁ ଥିବା ଏହି ମନ୍ଦିର ରାଜଧାନୀ କୁଆଲାଲମ୍ପୁରର ଦେବୀ ଶ୍ରୀ ପଥରକାଲିୟମ୍ମା ମନ୍ଦିର । ଏବେ ଏହି ମନ୍ଦିରର ଭବିଷ୍ୟତ ଅନିଶ୍ଚିତ ଘେରରେ, ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁଯାୟୀ ଦେବୀ ଶ୍ରୀ ପଥରକାଲିୟମ୍ମା ମନ୍ଦିରର ସ୍ଥାନ ମାଲେସିଆର ବୟନ ଶିଳ୍ପ କମ୍ପାନୀ ଜେକିଲକୁ ବିକ୍ରି କରାଯାଇଛି, ଯିଏ କି ସେହି ସ୍ଥାନରେ ଏକ ମସ୍ଜିଦ ନିର୍ମାଣ କରିବାକୁ ଯୋଜନା କରୁଛି । ୧୪୦ ବର୍ଷ ପୁରୁଣା ଏହି ମନ୍ଦିର ଭାଙ୍ଗିବାକୁ ଯୋଜନା କରାଯାଉଛି, ହିନ୍ଦୁ ସଂଙ୍ଗଠନ ଦାବି କରିଛି, ମୁସଲମାନ ମସ୍ଜିଦ୍ ନିର୍ମାଣର ମାତ୍ର ୧୦ ବର୍ଷ ପରେ ଏହାର ଶିଳାନ୍ୟାସ କରାଯାଇଥିଲା ।
ଏହି କ୍ଷେତ୍ରରେ ଏହି ମନ୍ଦିର ଅତି କମରେ ୧୩୦ ବର୍ଷ ପୁରୁଣା । କ୍ୱାଲାଲମ୍ପୁରର ଉଭୟ ମନ୍ଦିର ଏବଂ ମସ୍ଜିଦ୍ ମୂଳତଃ ସରକାରୀ ଜମିରେ ଅବସ୍ଥିତ ଥିଲା, ଯାହାକୁ ୨୦୧୪ରେ ଜେକିଲଙ୍କୁ ବିକ୍ରି କରାଯାଇଥିଲା । କମ୍ପାନିର ପ୍ରତିଷ୍ଠାତା ମହମ୍ମଦ ଜେକିଲ ଅହମ୍ମଦ ଏହି ଅଞ୍ଚଳରେ ଏକ ଚତୁର୍ଥ ମସ୍ଜିଦ୍ ନିର୍ମାଣ କରି ମୁସଲମାନ ସମ୍ପ୍ରଦାୟକୁ ଉପହାର ଦେବା ଉଦ୍ଦେଶ୍ୟରେ ଏହି ପ୍ଲଟ୍ କିଣିଥିଲେ। କିନ୍ତୁ ଗତ କିଛି ସପ୍ତାହ ପର୍ଯ୍ୟନ୍ତ ଏ ନେଇ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିଲା । ବିଜେପି ନେତା ଉରିମାଇର୍ ପି ରାମାସାମୀ କହିଛନ୍ତି, ଏହି ମନ୍ଦିର ମାଲେସିଆର ସ୍ୱାଧୀନତା ପୂର୍ବ ଯୁଗର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଧାର୍ମିକ ସ୍ଥାନ ଥିଲା । ପେନାଙ୍ଗର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଦୀର୍ଘ ଦିନ ଧରି ପ୍ରତିଷ୍ଠିତ ହିନ୍ଦୁ ମନ୍ଦିରକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ହଟାଇବା ଗ୍ରହଣୀୟ ନୁହେଁ, ବିଶେଷକରି ଯେଉଁ ଦେଶ ବହୁଜାତି ଓ ବହୁଧାର୍ମିକ ବୋଲି ନିଜକୁ ଗର୍ବିତ କରୁଛି ।