ଧରାଲି ପରେ ଥରିଲା ଥରାଲି : ଉତ୍ତରାଖଣ୍ଡରେ ପୁଣି ବାଦଲଫଟା ବର୍ଷା, ମାଟି ତଳେ ଧସିଲା ଅନେକ ଘର

ଦୁର୍ଘଟଣା ଉପରେ ଚିନ୍ତା ପ୍ରକାଶ କରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ ସେ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ।

Tharali

Tharali Photograph: (KanakNews)

କନକ ବ୍ୟୁରୋ : ପୁଣି ଉତ୍ତରାଖଣ୍ଡରେ ପ୍ରକୃତିର ଦାଉ । ଉତ୍ତରାଖଣ୍ଡର ଚମୌଲିରେ ବାଦଲଫଟା ବର୍ଷା ହୋଇ ସମଗ୍ର ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି । ଥରାଲି ବଜାର, କୋଟଦୀପ ଏବଂ ଥରାଲି ତହସିଲ କମ୍ପ୍ଲେକ୍ସରେ ଏସଡିଏମ୍ ବାସଭବନ ଏବଂ ଅନ୍ୟାନ୍ୟ କୋଠାବାଡ଼ିରେ ପାଣି ପଶିଯିବାରୁ ପ୍ରବଳ କ୍ଷତି ହୋଇଛି । ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟ ଜଣଙ୍କ ଜୀବନ ନେଇଥିବା ବେଳେ ଦୁଇ ଜଣ ବ୍ୟକ୍ତି ନିଖୋଜ ଥିବା ରିପୋର୍ଟ ହୋଇଛି । ଦୁର୍ଘଟଣା ଉପରେ ଚିନ୍ତା ପ୍ରକାଶ କରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ ସେ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ।

chamoli
chamoli Photograph: (google)

ଥରାଲି ପ୍ରଶାସନ ଶନିବାର ପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନବାଡ଼ିକୁ ବନ୍ଦ ରଖିଛନ୍ତି-

ଘଟଣାସ୍ଥଳରେ ଏସ୍‌ଡିଆର୍‌ଏଫ୍‌ର ଟିମ୍ ନିୟୋଜିତ

ଏସ୍‌ଡିଏମ୍‌ଙ୍କ ବାସଭବନ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିଲା

ଏସ୍‌ଡିଏମ୍‌ ଏବଂ ଅନ୍ୟମାନେ ରାତିରେ ବାସଭବନ ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ

ଦୋକାନ ଏବଂ ଯାନବାହନର ପ୍ରବଳ କ୍ଷତି ହୋଇଛି

ବର୍ତ୍ତମାନ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି

ପ୍ରଶାସନ ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଛି

ପ୍ରବଳ ବର୍ଷା ଏବଂ ଭଗ୍ନାବଶେଷ ଅନେକ ଘର, ଦୋକାନ ଏବଂ ରାସ୍ତାକୁ କ୍ଷତିଗ୍ରସ୍ତ କରିଛି

ଥରାଲି-ସଗୱାରା ରାସ୍ତା ମଧ୍ୟ ଅବରୋଧ ହୋଇଛି

ଏହି ଦୁଇଟି ରାସ୍ତା ବନ୍ଦ ହେବା ଯୋଗୁଁ ପ୍ରଭାବିତ ଅଞ୍ଚଳରେ ପହଞ୍ଚିବାକୁ ଅସୁବିଧା ହେଉଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe