କନକ ବ୍ୟୁରୋ : ଖାଇ ବସିଥିଲେ ଶ୍ରମିକ, ମାଡ଼ି ଆସିଲା ମୃତ୍ୟୁ । ତେବେ ଅଳ୍ପକେ ବଞ୍ଚିଗଲେ ୫ ଜଣ ଶ୍ରମିକ । ଭୁବନେଶ୍ୱର ପାହାଳ ଅଞ୍ଚଳରେ ଥାର୍‌ ଗାଡିକୁ ନେଇ ଆତଙ୍କ । ୫ ଜଣ ଶ୍ରମିକ ଖାଇବାକୁ ବସିଥିବା ବେଳେ ଜଣେ ନିଶାସକ୍ତ ଡ୍ରାଇଭର ଏକ ନମ୍ବର ବିହୀନ ଗାଡ଼ିରେ ଆସି ଚଢ଼ାଇ ଦେଇଥିଲେ । ତେବେ ସୌଭାଗ୍ୟବଶତଃ ସମସ୍ତ ୫ ଶ୍ରମିକ ବଞ୍ଚିଯାଇଥିଲେ ।

Advertisment

ବାଲିଅନ୍ତାରେ ଜଣେ ନିଶାସକ୍ତ ଡ୍ରାଇଭରଙ୍କ ଉତ୍ପାତ ଦେଖିବାକୁ ମିଳିଛି  I ନମ୍ବର ବିହୀନ କଳା ଥାର୍‌ ଗାଡ଼ିଟି ନିର୍ମାଣାଧୀନ କୋଠା ଭିତରକୁ ଧସେଇ ପଶିଛି । ଶ୍ରମିକମାନେ ଖାଇ ବସିଥିବା ବେଳେ ତାଙ୍କୁ ଚଢ଼ାଇ ଦେବାକୁ ଉଦ୍ୟମ ହୋଇଛି । ଭୟରେ ଶ୍ରମିକମାନେ କାମ ଛାଡ଼ି ଦୌଡ଼ିଛନ୍ତି । କାର ଚାଳକ ନିଶାରେ ଚୁର ହୋଇ ଥାର୍‌ ଚକା ତଳେ ପଡ଼ିରହିଥିବା ଦେଖିବାକୁ ମିଳିଛି ।