କନକ ବ୍ୟୁରୋ : କେରଳର କନ୍ନୁରର ଜଣେ ୨୪ ବର୍ଷୀୟା ମହିଳା ଆଇନଜୀବୀ ଥାନ୍ୟା ନାଥନ ସି ରାଜ୍ୟ ତଥା ଦେଶର ପ୍ରଥମ ଶତପ୍ରତିଶତ ଦୃଷ୍ଟିହୀନ ମହିଳା ବିଚାରପତି ହୋଇପାରିଛନ୍ତି। ଜଣେ ଆଇନଜୀବୀ ଭାବେ ସେ ବର୍ଷେ ହେଲା ଅଭ୍ୟାସ କରୁଥିବାବେଳେ କେରଳ ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏହାଦ୍ବାରା ସେ ରାଜ୍ୟର ପ୍ରଥମ ଦୃଷ୍ଟିହୀନ ନ୍ୟାୟିକ ଅଧିକାରୀ ହୋଇପାରିଛନ୍ତି। ଥାନ୍ୟା ପ୍ରଥମ ଥର ପରୀକ୍ଷା ଦେଇଥିବା‌ବେଳେ ଭିନ୍ନକ୍ଷମଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଗତବର୍ଷ ସୁପ୍ରିମକୋର୍ଟଙ୍କ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ନ୍ୟାୟିକ ଅଧିକାରୀ ଚାକିରିରୁ ନିଷେଧ କରାଯିବା ଉଚିତ୍ ନୁହେଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଥାନ୍ୟାଙ୍କ ଚୟନ ପାଇଁ ପଥ ପ୍ରଶସ୍ତ କରିଥିଲା। କୋର୍ଟରେ ସ୍କ୍ରିନ୍‌ ରିଡର ଓ ଡିକ୍‌ଟେସନ ଆପ୍‌ ଥାନ୍ୟାଙ୍କ କାର୍ଯ୍ୟ ସହଜ କରୁଛି ।

Advertisment

ସେ ଆଶା କରୁଛନ୍ତି ଯେ, ଇ-କୋର୍ଟ କାର୍ଯ୍ୟକାରୀ ହେବା ସହିତ କୋର୍ଟଗୁଡ଼ିକର ଆଧୁନିକୀକରଣ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ କୋର୍ଟ ରୁମଗୁଡ଼ିକୁ ଅଧିକ ସୁଗମ କରିବ। ଥାନ୍ୟା ଜଣେ ଏନ୍‌ଆର୍‌ଆଇ ଜଗନ୍ନାଥ ଓ ଗୃହିଣୀ ବବିତାଙ୍କ ଝିଅ। ତାଙ୍କ ଭଉଣୀ ତାରା ବିଦେଶରେ ପଢ଼ୁଛନ୍ତି। ଥାନ୍ୟା କନ୍ନୁରରେ ଶିକ୍ଷା ଗ୍ରହଣ କରିଥିଲେ। ଏହାପୂର୍ବରୁ ୨୦୧୩ରେ ରାଜସ୍ତାନର ବ୍ରହ୍ମାନନ୍ଦ ଶର୍ମା ଦେଶର ପ୍ରଥମ ଶତପ୍ରତିଶତ ଦୃଷ୍ଟିହୀନ ବିଚାରପତି ହୋଇପାରିଥିଲେ ।

ଅଧିକ ପଢ଼ନ୍ତୁ---ନିର୍ଲଜ୍ଜ ମନୋଭାବ ପ୍ରକାଶ କଲେ ଟ୍ରମ୍ପ: ମହିଳା ନେତାଙ୍କ କଥା କହିବା ଶୈଳୀ ପସନ୍ଦ ଆସିଲା ନାହିଁ ତେଣୁ କ୍ରୋଧରେ ଶୁଳ୍କ ବୃଦ୍ଧି କଲି