ଥମୁନି ମଣ୍ଡି ସମସ୍ୟା : ଭଦ୍ରକ ଜିଲ୍ଲାପାଳଙ୍କ ଅଫିସରେ ହଙ୍ଗାମା

Advertisment

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଲ୍ଲାବୋଲ। ଭଦ୍ରକ ଜିଲ୍ଲାରେ ଚାଷୀଙ୍କ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି। ବିଭିନ୍ନ ମଣ୍ଡି ରେ ଧାନ ପଡି ରହିଥିବା ବେଳେ ଧାନ କିଣାରେ ଚାଲିଛି ଜଙ୍ଗଲରାଜ୍‌।

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଲ୍ଲାବୋଲ। ଭଦ୍ରକ ଜିଲ୍ଲାରେ ଚାଷୀଙ୍କ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି। ବିଭିନ୍ନ ମଣ୍ଡି ରେ ଧାନ ପଡି ରହିଥିବା ବେଳେ ଧାନ କିଣାରେ ଚାଲିଛି ଜଙ୍ଗଲରାଜ୍‌।

Screenshot 2026-03-10 083530

Photograph: (kanaknews)

କନକବ୍ୟୁରୋ : ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଲ୍ଲାବୋଲ। ଭଦ୍ରକ ଜିଲ୍ଲାରେ ଚାଷୀଙ୍କ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି। ବିଭିନ୍ନ ମଣ୍ଡି ରେ ଧାନ ପଡି ରହିଥିବା ବେଳେ ଧାନ କିଣାରେ ଚାଲିଛି ଜଙ୍ଗଲରାଜ୍‌।  ମଣ୍ଡିରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗସ୍ତ କରିବା ସହିତ ଯଥାଶୀଘ୍ର କଟନୀ ଛଟ୍‌ନୀ ବନ୍ଦ କରିବା, ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ପଶି ହାଲ୍ଲାବୋଲ କରିଛନ୍ତି ।  ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ନବ ନିର୍ମାଣ କୃଷକ ନେତା ମୁହାଁମୁହିଁ ହୋଇଥିଲେ ।  ପୁଲିସ୍  ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଅଧିକ ପଢନ୍ତୁ.... ଢେଙ୍କାନାଳ ସଦର ବେଷାଳିଆ ଗାଁରେ ଘରେ ପଶି ଆକ୍ରମଣ ଘଟଣା : ନ୍ୟାୟ ଆଶାରେ ପୀଡ଼ିତଙ୍କ ପରିବାର

ସେପଟେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ । ଚାଷୀ ଉତ୍ପାଦିତ ସମସ୍ତ ବଳକା ଧାନ ବିକ୍ରି, ମଣ୍ଡି ଅନିୟମିତତା ତଥା ଧାନ କାଟ୍‌ ଦୁର୍ନୀତି ବନ୍ଦ ଦାବିରେ ବିକ୍ଷୋଭ କରାଯାଇଛି। ଶତାଧିକ ଚାଷୀ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମଣ୍ଡିରେ ଧାନ ନଉଠିବା ପ୍ରତିବାଦରେ ଏହି ଆନ୍ଦୋଳନ ହୋଇଛି। ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ କିଣାରେ ଅନିୟମିତତା, କଟନୀ ଛଟନୀ, ଚାଷୀଙ୍କୁ ଭୟଭୀତ କରିବା, ଚାଷୀଙ୍କ ଧାନ ଠକି ନେବା, ପ୍ରଶାସନର ଅସାଧୁ ମେଣ୍ଟ ଭଳି ବିଭିନ୍ନ ଦାବି ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀ ଆନ୍ଦୋଳନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe